fbpx
BJD SKY
BJD SKY

ଦୁଇ ବିମାନ ଭିତରେ ୧୫ ମୀଲର ଦୂରତା: ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଗୋଟିଏ ନିଷ୍ପତ୍ତି, ଆଉ ତାପରେ…..

BJD

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ଫ୍ଲାଇଟ ଲଣ୍ଡନରୁ କଲମ୍ବୋ ଯାଉଥିବା ସମୟରେ ଘଟିଥିଲା କିଛି ଏମିତି ଘଟଣା, ଯାହା ଫ୍ଲାଇଟରେ ଥିବା ସମସ୍ତଙ୍କ ପାଇଁ ଗୋଟିଏ ଦୁଃସ୍ୱପ୍ନ କହିଲେ କିଛି ଭୁଲ ହେବନି । ୩୫,୦୦୦ ଉଚ୍ଚରେ ବିମାନ ଥିବା ବେଳେ ସାମନା ପଟରୁ ଆସୁଥିବା ଆଉ ଏକ ବିମାନ ସହ ଧକ୍କା ହେବାର ଖୁବ ନିକଟରେ ପହଞ୍ଚିଥିଲା । କିନ୍ତୁ ପାଇଲଟଙ୍କ ଗୋଟିଏ ନିଷ୍ପତ୍ତି… ଆଉ ତା ପରେ ଯାହା ହୋଇଛି କେହି ତାହାକୁ ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି ।

ସୂଚନା ଅନୁସାରେ ଲଣ୍ଡନରୁ କଲମ୍ବୋ ଯାଉଥିବା ଶ୍ରୀଲଙ୍କାର ବିମାନରେ ୨୭୫ ଯାତ୍ରୀ ମହଜୁଦ ରହିଥିଲେ । ତୁର୍କୀ ଏୟାସ୍ପେସ ନିକଟରେ ବିମାନ ୩୩ରୁ ୩୫ ଫୁଟ ଆଣିବାକୁ ପାଇଲଟଙ୍କୁ ନିର୍ଦ୍ଦେଶ ମିଳିଥିଲା । କିନ୍ତୁ ମାତ୍ର ୧୫ ମୀଲ ଦୂରରେ ଆଉ ଏକ ବିମାନ ଆସୁଥିବାର ଜାଣିପାରିଥିଲେ ପାଇଲଟ । ତେଣୁ ସେ ବିମାନକୁ ଅଧିକ ଉଚ୍ଚତାକୁ ନେବା ପାଇଁ ମନା କରି ଦେଇଥିଲେ । ଏ କଥା ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ସୁଦ୍ଧା ଟ୍ରାଫିକ ରାସ୍ତା ଫାଙ୍କା ଥିବା ସୂଚନା ଦେଇଥିଲେ । ତେବେ ପରେ ସେ ଅନ୍ୟ ଏକ ବିମାନ ଆସୁଥିବା ଜାଣିପାରି ପାଇଲଟଙ୍କୁ ଜଣାଇଥିଲେ । ତେବେ ପାଇଲଟ ଯଦି ଟ୍ରାଫିକ କଣ୍ଟ୍ରୋଲ ରୁମ କଥା ମାନି ୩୫ହଜାର ଫୁଟ ଉପରକୁ ବିମାନ ନେଇଥାନ୍ତେ, ତେବେ ଉଭୟ ବିମାନ ମଧ୍ୟରେ ନିଶ୍ଚୟ ଦୁର୍ଘଟଣା ହୋଇଥାନ୍ତା ବୋଲି କୁହାଯାଇଛି ।

ପାଇଲଟଙ୍କ ଗୋଟିଏ ନିଷ୍ପତ୍ତି ବିମାନରେ ଥିବା ୨୭୫ ଯାତ୍ରୀଙ୍କ ଜୀବନ ରକ୍ଷା କରି ଦେଇଛି । ଟ୍ରାଫିକ କଣ୍ଟ୍ରୋଲ ରୁମର ନିର୍ଦ୍ଦେଶ ପରେ ମଧ୍ୟ ନିଜ ବୁଦ୍ଧି ଖଟାଇ ୩୫ ଫୁଟ ଉପରକୁ ବିମାନ ନନେଇ ରହି ଯାଇଥିଲେ । ଏହାପରେ ପାଇଲଟଙ୍କ ଏହି ନିଷ୍ପତ୍ତି ଏବଂ ପାଇଲଟଙ୍କର ଖୁବ ପ୍ରଶଂସା କରାଯାଇଛି । ସାହସୀକତାର ସହିତ ପାଇଲଟ ନେଇଥିବା ଏହି ନିଷ୍ପତ୍ତି ୨୭୫ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛନ୍ତି ।

Get real time updates directly on you device, subscribe now.