fbpx

ସେଲଫି ପାଇଁ ଟ୍ରୋଲ ହେଲେ ମଲାଇକା: ଜାଣନ୍ତୁ କ’ଣ କାରଣ

ମୁମ୍ବାଇ: ନିଜର ଅତରଙ୍ଗୀ ପୋଷାକ, ଫେସନ ଓ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ମଲାଇକା ଅରୋରା । କେବେ ସେଲଫି ତ କେବେ ରିଲେସନକୁ ନେଇ ପ୍ରାୟ ସମୟ ସେ ଟ୍ରେଣ୍ଡିଂରେ ରହିଥାନ୍ତି । କିନ୍ତୁ ଏଥର ଏହି ସେଲଫି ପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲର ଶିକାର ହୋଇଛନ୍ତି । ତେବେ ଏପରି କଣ କହିଲେ ମଲାଇକା ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି ଆସନ୍ତୁ ଜାଣିବା ।

କିଛି ଦିନ ତଳେ ଜଣେ ଫ୍ୟାନ ମଲାଇକାଙ୍କ ସହ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମଲାଇକା ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଫିଟନେସ ରୁଟିନ ଅନୁସାରେ ମଲାଇକା ଯୋଗ କ୍ଲାସରୁ ବାହାରି ଗାଡିରେ ବସୁଥିବା ସମୟରେ ଫ୍ୟାନ ଜଣକ ତାଙ୍କ ସହ ସେଲଫି ନେବା ପାଇଁ କହିଥିଲେ । ଏଥିରେ ମଲାଇକା ବିରକ୍ତ ହୋଇ ‘କେତେ ଫଟୋ ଉଠାଇବ, ବର୍ତ୍ତମାନ ହିଁ ଆପଣ ଫଟୋ ଉଠାଇଥିଲେ’ ବୋଲି ପ୍ରଶ୍ନ କରିଥିଲେ । ତେବେ ପରେ ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ ମଲାଇକା ।

 

View this post on Instagram

 

A post shared by Instant Bollywood (@instantbollywood)

ମଲାଇକାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସେ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ମଲାଇକାଙ୍କର ଏହି ବ୍ୟବହାରକୁ ଫ୍ୟାନ୍ସଙ୍କ ସହିତ ଅନେକ ଲୋକମାନେ ନାପସନ୍ଦ କରିଛନ୍ତି । ଭିଡିଓ ଅନେକ ୟୁଜର ଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି ତାଙ୍କୁ ଟ୍ରୋଲ କରୁଛନ୍ତି । ତେବେ ମଲାଇକା ଟ୍ରୋଲ ହେବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ମଲାଇକା ସୋସିଆଲ ମିଡିଆରେ ଅନେକ ଥର ଟ୍ରୋଲର ଶୀକାର ହୋଇଛନ୍ତି ।

Get real time updates directly on you device, subscribe now.