fbpx

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ଼ ହସ୍ପିଟାଲ

ବାଲେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ୧୦୦ ଶଯ୍ୟାର ଆଉ ଏକ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ସେହି ହସ୍ପିଟାଲରେ ଆଇସିୟୁ ଶଯ୍ୟା ସହ ୨ଟି ଅପରେସନ ଥିଏଟର ବି ରହିବ । ଏହାସହ ସେହି ହସ୍ପିଟାଲରେ ଅଧିକ ୧୦ଜଣ ନର୍ସ ନିୟୋଜିତ ହେବେ । ଉଲ୍ଳେଖଯୋଗ୍ୟ ଯେ ଆଜି ବାଲେଶ୍ୱରରେ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେଠାରେ କୋଭିଡ଼ ପରିଚାଳନାର ସମୀକ୍ଷା କରିବା ପରେ ଏହିପରି ନିିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡ଼ିଏମଇଟି ପ୍ରଫେସର ସି.ବି.କେ. ମହାନ୍ତି ମଧ୍ୟ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାଲେଶ୍ୱରରେ ଏହା ପୂର୍ବରୁ ୧୨୦ ଶଯ୍ୟାର କୋଭିଡ଼ ହସ୍ପିଟାଲ ରହିଛି ।

 

Get real time updates directly on you device, subscribe now.