fbpx

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସକୁ ନେଇ ନୂଆ ମୋଡ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି ଏନସିବି । ଦୁହେଁ ଭାଇ ଭଉଣୀ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାରି ମଧ୍ୟରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଓ ଅନ୍ୟମାନଙ୍କର ବି ଜାମିନ ଆବେଦନ ଖାରଜ ହୋଇଛି । ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଜାମିନ ଦେଲେ ନାହିଁ । ଫଳରେ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ରିୟା ଜେଲରେ ରହିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.