fbpx
BJD SKY
BJD SKY

ନକଲି ଡାକ୍ତର ରମେଶଙ୍କ ନାଁରେ ଆଉ ଏକ ଅଭିଯୋଗ, ସାମନାକୁ ଆସିଲେ ୧୯ ନଂ ପତ୍ନୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ରସିକିଆ ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ମହିଳା ଥାନାରେ ଗୌହାଡିର ଜଣେ ମହିଳା ଡାକ୍ତର ଅଭିଯୋଗ ଆଣିଛନ୍ତି । ଜାଲ ପରିଚୟ ପତ୍ର ଦେଇ ବିବାହ କରିଥିବା ମହିଳା ଅଭିଯୋଗ କରିଛନ୍ତି । ୨୧ ଲକ୍ଷ ସହିତ ନଣନ୍ଦ ପୁଟୁଳିରେ ସୁନା ଗହଣା ଦେଇଥିବା ଅଭିଯୋଗ କରିଛନ୍ତି ଉକ୍ତ ମହିଳା ଡାକ୍ତର । ବାହାଘରରେ ନକଲି ଡାକ୍ତରଙ୍କ ଭଉଣୀ, ଭିଣୋଇ ଉପସ୍ଥିତ ଥିଲେ । ମହିଳା ଡାକ୍ତର ଓ ତାଙ୍କ ବାପା, ଭାଇଙ୍କର ବର୍ତ୍ତମାନ ବୟାନ ରେକର୍ଡ କରାଯିବ ।

ସୂଚନାଯୋଗ୍ୟ, ଠକ ଡାକ୍ତରର ଭଉଣୀକୁ ବାନ୍ଧିଛି ପୋଲସ୍ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ କହିବା ଅନୁସାରେ, ରମେଶର ଭଉଣୀ ରଶ୍ମିତା ଭାଇର କ୍ରାଇମ୍‌ କନେକ୍ସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲା। ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଥିବା ଡିସିପି କହିଛନ୍ତି। ରମେଶ ଓ ରଶ୍ମିତାଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ଗୁପ୍ତ ତଥ୍ୟ ପଦାକୁ ଆସିବ ବୋଲି ଡିସିପି କହିଛନ୍ତି। ତା’ସହ ରମେଶଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଥିବା ଭିଣୋଇ ତଥା ରଶ୍ମିତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଖୋଜୁଛି ପୁଲିସ।

 

Get real time updates directly on you device, subscribe now.