fbpx

ବଡ଼ ଖବର: ରୁଷ ଆକ୍ରମଣରେ ୟୁକ୍ରେନରେ ୭ ମୃତ, ୯ ଆହତ

ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର । ରୁଷ ଆକ୍ରମଣରେ ୟୁକ୍ରେନର ୭ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଆକ୍ରମଣରେ ୯ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ତେବେ ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମଧ୍ୟ ମିଳିଛି । ରୁଷକୁ ଜବାବ ଦେବାକୁ ଆଗେଇ ଆସିଛି ୟୁକ୍ରେନ୍ । ୟୁକ୍ରେନ ଆକାଶରେ ଦେଖିବାକୁ ମିଳିଛି ଫାଇଟର ପ୍ଲେନ । ଟକ୍କର ଦେବାକୁ ବାହାରକୁ ଆସିଛି ଫାଇଟର ଜେଟ୍ । ତୁର୍କୀଠାରୁ ସୈନ୍ୟ ସହଯୋଗ ମାଗିଛି ୟୁକ୍ରେନ୍ । ବିପଦ ବେଳେ ସହଯୋଗ ପାଇଁ ତୁର୍କୀକୁ ଅପିଲ କରିଛି ୟୁକ୍ରେନ୍ ।

Get real time updates directly on you device, subscribe now.