fbpx

କରୋନା ଭାଇରସ୍, ବିଦେଶରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ବିଦେଶରେ ଆଜି ପ୍ରଥମ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଇରାନରେ ତାଙ୍କର ମୃତ୍ୟୁ ହୋଇଛି ।
ଏହାସହ କିଛିସମୟ ତଳେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ପଞ୍ଜାବର ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସାରା ବିଶ୍ୱରେ କରୋନାରେ ୯୦୨୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ସେହିପରି ୭୧୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ଭାରତରେ ୧୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.