fbpx

‘କାମ କର ନହେଲେ ବାହାରି ଯାଅ’: ଜୁଲାଇ ୨୦୨୧ରୁ ପ୍ରତି ୩ ଦିନରେ ଜଣେ ‘ନନ୍-ପରଫର୍ମର’ଙ୍କୁ ହଟାଉଛି ରେଲୱେ

ନୂଆଦିଲ୍ଲୀ: ଅଣ-ପ୍ରଦର୍ଶନକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋଦୀ ସରକାର । । ରେଳ ମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି ଆପଣ ରେଳବାଇରେ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କାମ କରିବାକୁ ପଡିବ, ନଚେତ୍ ଆପଣଙ୍କୁ ବାହାର କରିଦିଆଯିବ ।

ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୧ ରୁ ରେଳବାଇ ପ୍ରତି ତିନି ଦିନରେ ଜଣେ ‘ଅଣ-ପ୍ରଦର୍ଶନକାରୀ’ କର୍ମଚାରୀଙ୍କୁ ବରଖାସ୍ତ କରିଛି । ସୂଚନାନୁସାରେ, ଅବହେଳା ଅଭିଯୋଗରେ ବୁଧବାର ଦୁଇଜଣ ବରିଷ୍ଠ ଗ୍ରେଡ୍ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି ।

ବୁଧବାର ଦିନ ବରଖାସ୍ତ ହୋଇଥିବା ଦୁଇ ଅଧିକାରୀଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦରେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ୱାରା ଧରାପଡ଼ିଥିଲେ । ସେହିପରି ଅନ୍ୟଜଣେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ୩ ଲକ୍ଷ ଟଙ୍କା ସହ ଧରାପଡିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, ୧୩୯ ରେଳ ଅଧିକାରୀଙ୍କୁ ସ୍ୱେଚ୍ଛାସେବୀ ଅବସର ଯୋଜନା (ଭିଆରଏସ) ନେବାକୁ ବାଧ୍ୟ କରାଯାଇଥିବା ବେଳେ ୩୮ ଜଣଙ୍କୁ ସେବାରୁ ବରଖାସ୍ତ କରାଯାଇଛି ।

ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ‘ରେଳମନ୍ତ୍ରୀ ଅଶ୍ୱାମୀ ବୈଷ୍ଣବଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ ‘କାମ କର ନହେଲେ ବାହାରି ଯାଅ’ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । ଜୁଲାଇ ୨୦୨୧ ରୁ, ଆମେ ପ୍ରତି ତିନି ଦିନରେ ଜଣେ ଅବହେଳିତ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛୁ । ଏହି କାର୍ଯ୍ୟ ଦୁର୍ନୀତିକୁ ରୋକିବା ପାଇଁ ମୋଦୀ ସରକାରଙ୍କ କାର୍ଯ୍ୟ ବ୍ୟବସ୍ଥାର ଏକ ଭାଗ ବୋଲି କୁହାଯାଉଛି ।

Get real time updates directly on you device, subscribe now.