fbpx

ଚିହ୍ନଟ ହୋଇଥିବା ୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ବର୍ଷର ଶିଶୁକନ୍ୟା

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ୭ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୭ଜଣଙ୍କ ମଧ୍ୟରୁ ୫ଜଣ ଭଦ୍ରକର ହୋଇଥିବା ବେଳେ ୨ଜଣ ବାଲେଶ୍ୱରର । ଭଦ୍ରକରେ ଚିହ୍ନଟ ହୋଇଥିବା ୫ଜଣ ହେଉଛନ୍ତି ପୁରୁଷ । ଆକ୍ରାନ୍ତ ୫ଜଣଙ୍କ ବୟସ ୪୮,୫୫,୫୭,୫୮, ୬୬ । ବାଲେଶ୍ୱରର ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ଯୁବକ ଥିବା ବେଳେ ଅନ୍ୟ ଜଣେ ଶିଶୁକନ୍ୟା ହୋଇଥିବା ସୂଚନା ମିଳିଛି । ଯୁବକ ଜଣକର ବୟସ ୩୨ବର୍ଷ ହୋଇଥିବା ବେଳେ ଶିଶୁକନ୍ୟାର ବୟସ ୨ବର୍ଷ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

Get real time updates directly on you device, subscribe now.