fbpx

ବେଡ଼ରୁମରେ କରନ୍ତୁ ନାହିଁ ଏପରି ଭୁଲ୍‌, ନଚେତ ଖରାପ ହୋଇଯିବ ସମ୍ପର୍କ

ବିବାହ ପରେ ଛୋଟ ଛୋଟ ବିଷୟ ଉପରେ ଯଦି ଠିକ୍ ସମୟରେ ଧ୍ୟାନ ଦିଆ ନଯାଏ ତେବେ ତାହା ସମ୍ପର୍କକୁ ଖରାପ କରିଦେଇଥାଏ । କପଲଙ୍କ ପାଇଁ ବେଡ଼୍‌ରୁମ୍ ଏପରି ଏକ ସ୍ଥାନ ଯାହା ସେମାନଙ୍କ ପାଇଁ ଅନେକ ମହତ୍ୱ ରଖିଥାଏ । ଏହା ଘରର ଏକ କୋଣରେ ଥିଲେ ମଧ୍ୟ ସାରା ଦିନରେ ପରିଶ୍ରମ ପରେ କପଲ୍ ମାନେ ସେହିଠାରେ ଆରାମ ସମୟ ବିତାଇଥାନ୍ତି । ତେବେ ବେଡରୁମରେ ଆପଣଙ୍କ ଏପରି କିଛି ଭୁଲ୍ ଆପଣଙ୍କ ସମ୍ପର୍କକୁ ଖରାପ କରିଦେବାର ସମ୍ଭାବନା ସୃଷ୍ଟି କରିଥାଏ । ଏଗୁଡ଼ିକ ହେଉଛି…

ମୋବାଇଲରେ ବ୍ୟସ୍ତ ରହିବା


ଅନେକ ଲୋକଙ୍କ ଅଭ୍ୟାସ ଅଛି ଯେ, ସେମାନେ ଟିକିଏ ବି ଖାଲି ସମୟ ମିଳିବା ମାତ୍ରେ ହାତରେ ମୋବାଇଲ୍ ଧରି ଏଥିରେ ବ୍ୟସ୍ତ ହୋଇ ଯାଆନ୍ତି । ଅନେକ ଲୋକ ଖାଇବା ସମୟରେ ମଧ୍ୟ ମୋବାଇଲ୍ ଦେଖି ଚାଲିଥାନ୍ତି । କେବଳ ଏତିକି ନୁହେଁ, ଶୋଇବା ପୂର୍ବରୁ ଅନେକ ସମୟ ଧରି ସେମାନେ ନିଜ ସ୍ମାର୍ଟଫୋନ୍‌ରେ ଚାଟିଂରୁ ଆରମ୍ଭ କରି ଭିଡ଼ିଓ ଦେଖିବା ସହ ଅନ୍ୟର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ୍ କରିବା ଭଳି କାର୍ଯ୍ୟ କରିଥାନ୍ତି । ବେଡରୁମରେ ମୋବାଇଲ୍ ବାରମ୍ବାର ଦେଖିବା ଦ୍ୱାରା ଆପଣଙ୍କ ପାର୍ଟନର ଇଗ୍ନୋର୍ଡ ଫିଲ୍ କରିପାରନ୍ତି । ଏହା ସମ୍ପର୍କକୁ ସୁଦୃଢ଼ କରିବା ବଦଳରେ ବିଗାଡ଼ି ଦେଇଥାଏ ।

କଥା ନହେବା

ଅଫିସରେ ସାରା ଦିନ କାମ କରିବା ସମୟରେ ମୋବାଇଲ୍ ଦେଖିବାକୁ ସୁଯୋଗ ମିଳିନଥାଏ । ତେଣୁ ପୁରୁଷମାନେ ଘରକୁ ଫେରି ରେଷ୍ଟ ନେବା ସମୟରେ ମୋବାଇଲ୍‌ରେ ବିଭିନ୍ନ ଏଣ୍ଟରଟେନିଂ କାର୍ଯ୍ୟକ୍ରମ ଦେଖିଥାନ୍ତି । ତେବେ ପତ୍ନୀ ବେଡ଼ରୁମ୍‌କୁ ଆସିବା ମାତ୍ରେ ଆପଣ କେବଳ ମୋବାଇଲ୍‌ରେ ନଲାଗି ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ଆରମ୍ଭ କରିଦିଅନ୍ତୁ । କେବଳ ମୋବାଇଲରେ ବ୍ୟସ୍ତ ରହିବା ଦ୍ୱାରା ସେମାନଙ୍କୁ ଖରାପ ଲାଗିପାରେ । ମୋବାଇଲ୍ କଥା ଛାଡ଼ନ୍ତୁ । ଆପଣ ଅଫିସରୁ ଫେରିବା ମାତ୍ରେ ଆପଣ ଡ୍ରେସ ଚେଞ୍ଜ୍ କରି, ଖାଦ୍ୟ ଗ୍ରହଣ କରି ଓ ଏହାପରେ ମୋବାଇଲ୍ ଦେଖି ଶୋଇପଡ଼ିଲେ । ଅର୍ଥାତ ଯେତେବେଳେ ଆପଣଙ୍କ ପତ୍ନୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଆସନ୍ତି ସେତେବେଳକୁ ଆପଣ ଗଭୀର ନୀଦରେ ଶୋଇ ପଡ଼ିଥାନ୍ତି । ଏହାଫଳରେ ଆପଣ ୨ଜଣଙ୍କୁ ପରସ୍ପର ସହ କଥାବାର୍ତ୍ତା ହେବାକୁ ସମୟ ମିଳି ନଥାଏ । ଥରେ ଦୁଇଥର ଏପରି ଚଳିବ । କିନ୍ତୁ ଯଦି ସବୁବେଳେ ଏପରି ହେଉଥାଏ ତେବେ ଏହା ଧିରେ ଧିରେ ଆପଣ ୨ଜଣଙ୍କ ମଧ୍ୟରେ କମ୍ୟୁନିକେସନ୍ ଗ୍ୟାପ୍ ବଢ଼ାଇବ । ଏହାପରେ ଯାହା ହେବ ତାହାକୁ ସମ୍ଭାଳିବା ଆପଣଙ୍କ ପକ୍ଷେ କଷ୍ଟକର ହୋଇପାରେ ।

ରାତି ସମୟରେ କୌଣସି ମହିଳା ସାଙ୍ଗ ବା ସହକର୍ମୀଙ୍କ ସହ କଥା ହେବା

ଦେଖନ୍ତୁ, ଆପଣଙ୍କ ପାର୍ଟନର କେତେ ବି ମଡ଼ର୍ଣ୍ଣ ଚିନ୍ତାଧାରାର ହୋଇଥିଲେ ମଧ୍ୟ ଆପଣ ଅନ୍ୟ କେଉଁ ଯୁବତୀ ବା ମହିଳାଙ୍କ ସହ ଅଧିକ ସମୟ ବିତାଇଲେ ଆପଣଙ୍କ ପତ୍ନୀ ନିଜକୁ ଇନ୍‌ସିକ୍ୟୁଅର୍ଡ ଫିଲ୍ କରିଥାନ୍ତି । ତେଣୁ ରାତିରେ ଶୋଇବା ସମୟରେ ଆପଣ ନିଜ ମହିଳା ସାଙ୍ଗ କିମ୍ବା ସହକର୍ମୀଙ୍କ ସହ ଅଧିକାଂଶ ସମୟରେ କଥା ହୁଅନ୍ତୁ ନାହିଁ । ଜରୁରୀ କ୍ଷେତ୍ରରେ ଫୋନ୍ ରିସିଭ୍ କରି କେବଳ ଯେତିକି ନିହାତି ଆବଶ୍ୟକ ସେତିକି କଥା ହୁଅନ୍ତୁ ।

ବେଡ଼ରୁମକୁ ଅସଜଡ଼ା କରନ୍ତୁ ନାହିଁ

ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଛୋଟ ଘଟଣା । କିନ୍ତୁ ଆପଣଙ୍କ ପାର୍ଟନର ହୁଏତ ଏହାକୁ ସହଜରେ ଗ୍ରହଣ କରି ନପାରନ୍ତି । ଅଫିସରୁ ଘରକୁ ଫେରିବା ପରେ ଡ୍ରେସପତ୍ରକୁ ବେଡ଼୍ ଉପରେ ନଫିଙ୍ଗି ଦେଇ ତାହାକୁ ଯେଉଁଠାରେ ବ୍ୟବସ୍ଥିତ ଭାବେ ରଖିବା କଥା ରଖନ୍ତୁ । ଯଦି ଆପଣଙ୍କ ପତ୍ନୀ ଆପଣଙ୍କ ଉପରେ ଖୋଲାଖୋଲି ରାଗି ପାରୁନାହାନ୍ତି, ତେବେ ବି ତାଙ୍କୁ ଇରିଟେସନ୍ ଫିଲ୍ ନିଶ୍ଚୟ ହୋଇଥାଏ । ପ୍ରତିଦିନର ଏହି ଇରିଟେସନ୍ କେଉଁ ଦିନ ବି ଉଗ୍ର ରୂପ ନେଇପାରେ । ଆଉ ଏହାପରେ କ’ଣ ହେବ ତାହା ଆପଣ ଭାବି ନିଅନ୍ତୁ ।

ଥକାପଣକୁ ଇଗ୍ନୋର କରିବା

ଶୁଣ, ସେ ଆଲମାରୀର କଭର ଦେଇଦିଅ, ପାଣି ଆଣିଦିଅ, କାଲି ଟିକେ ଜଲଦୀ ଉଠାଇଦେବ, କାଲି ଜଲଦୀ ଟିଫିନ୍ କରିଦେବ । ପତ୍ନୀ ବେଡ଼ରୁମକୁ ଆସିବା ପରେ ଯଦି ଆପଣଙ୍କ ପାଖରେ ତାଙ୍କୁ କହିବା ପାଇଁ କେବଳ ଏହି ସବୁ ଶଦ୍ଧ ଅଛି ତେବେ ଆପଣ ଯଥାଶୀଘ୍ର ଚୁପ୍ ହୋଇ ଯାଆନ୍ତୁ । କର୍ମକ୍ଷେତ୍ରକୁ ଯାଉଥିବା ମହିଳାଙ୍କୁ କର୍ମକ୍ଷେତ୍ର ସହ ଘରର କଥା ମଧ୍ୟ ବୁଝିବାକୁ ପଡ଼ିଥାଏ । ଅନ୍ୟପଟେ ହାଉସ୍ ୱାଇଫ୍ ମାନେ ମଧ୍ୟ ଘରକୁ ପରଫେକ୍ଟ କରିବା ପାଇଁ ସାରା ଦିନ ପରିଶ୍ରାମ କରିଥାନ୍ତି । ତେଣୁ ଏହାକୁ ଭୁଲନ୍ତୁ ନାହିଁ ଯେ, ଯଦି ଆପଣ ଅଫିସ କାମରେ ଥକି ଯାଇଛନ୍ତି ତେବେ ଆପଣଙ୍କ ପତ୍ନୀ ମଧ୍ୟ ଅନେକ ପରିଶ୍ରମ କରୁଛନ୍ତି । ତେଣୁ ବଳକା କାର୍ଯ୍ୟଗୁଡ଼ିକୁ ଉଭୟ ମିଶି କରିବା ସମ୍ପର୍କ ସୁଦୃଢ଼ କରିଥାଏ ।

ଅନିଚ୍ଛା ସତ୍ୱେ ରୋମାନ୍ସ

ରୋମାନ୍ସ ମୁଡ଼୍ ଉପରେ ନିର୍ଭର କରିଥାଏ । ତେବେ ଉଭୟଙ୍କର ଏଥିପାଇଁ ମୁଡ଼୍ ହେବା ଆବଶ୍ୟକ । ଯଦି କେବଳ ଆପଣ ରୋମାଣ୍ଟିକ୍ ମୁଡ଼ରେ ଅଛନ୍ତି ଏବଂ ଆପଣଙ୍କ ପତ୍ନୀ ନୁହେଁ, ସେ କ୍ଷେତ୍ରରେ ପତ୍ନୀଙ୍କ ଅନିଚ୍ଛା ସତ୍ୱେ ରୋମାନ୍ସ ପାଇଁ ତାଙ୍କୁ ବାଧ୍ୟ କରନ୍ତୁ ନାହିଁ । ହୋଇପାରେ ସେ କୌଣସି କାର୍ଯ୍ୟରେ ପୂର୍ବରୁ ଥକି ଯାଇଥାଇପାରନ୍ତି, ହୋଇପାରେ ତାଙ୍କ ମୁଣ୍ଡରେ କୌଣସି ଟେନସନ୍ ଥିବ । ତାଙ୍କ ଫିଲିଂକୁ ସମ୍ମାନ ଦିଅନ୍ତୁ । ରୋମାନ୍ସ ପାଇଁ ତାଙ୍କ ଉପରେ ପ୍ରେସର ପକାନ୍ତୁ ନାହିଁ ।

Get real time updates directly on you device, subscribe now.