fbpx
BJD SKY
BJD SKY

ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ, ଜଣେ ଗୁରୁତର

BJD

ଢ଼େଙ୍କାନାଳ, ୨୪ା୬(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସ୍ଥିତ ପୁରୁଣା ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ହୋଇଯିବାରୁ ତାଙ୍କୁ ପ୍ରଥମେ ଢ଼େଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ସେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଏହିପରି ଘଟଣା ଘଟିଛି । ବୋମା ବିସ୍ଫୋରଣରେ ଅଫିସର ଛାତ ମଧ୍ୟ ଉଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହାସହ ଟାଉନ ଥାନା ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି କିପରି ବୋମା ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.