fbpx
BJD SKY
BJD SKY

ଆପଣଙ୍କୁ ଆକର୍ଷିତ କରୁଥିବା ମହିଳାଙ୍କୁ ଆପଣ କିପରି ଆକର୍ଷିତ କରିବେ?

BJD

ଓଡିଶା ଭାସ୍କର: କଥାରେ ଅଛି, ପ୍ରେମ କରିବା ବହୁତ ସହଜ କିନ୍ତୁ ସେହି ପ୍ରେମକୁ ପରିପ୍ରକାଶ କରିବା ଭାରି କଷ୍ଟ। ସାଧାରଣତଃ ଆଜିକାଲି ଏକ ପାଖିଆ ପ୍ରେମ ବା One side love ଘଟଣା ବେଶୀ ଦେଖାଯାଉଛି। ତେବେ ଆପଣ ଯାହାକୁ ଭଲପାଆନ୍ତି ସେ ଆପଣଙ୍କୁ ନେଇ କଣ ଭାବୁଥିବେ ଏହାକୁ ନେଇ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସେହିପରି ଆପଣଙ୍କୁ ଆକର୍ଷିତ କରୁଥିବା ମହିଳାଙ୍କୁ କିପରି ଆପଣ ଆକର୍ଷିତ କରିବେ ସେନେଇ ବି ମଧ୍ୟ ଦ୍ୱନ୍ଦ୍ୱରେ ରହିଥାନ୍ତି। ତେବେ ଜାଣିରଖନ୍ତୁ ଏଭଳି କିଛି କଥା ଯାହାଦ୍ୱାରା ଆପଣ କୌଣସି ବି ମହିଳାଙ୍କୁ ଅତି ସହଜରେ ନିଜଆଡ଼କୁ ଆକର୍ଷିତ କରିପାରିବେ।

ପ୍ରେମ କରିବା ପାପ ନୁହେଁ କିନ୍ତୁ ପ୍ରେମକୁ ସମ୍ମାନ ଦେବା ହେଉଛି ଏକ ଦାୟିତ୍ୱ। କାରଣ ଏହି ପ୍ରେମ ଯୁଗେ ଯୁଗେ ଅମର ହୋଇ ଆସିଛି। କିନ୍ତୁ ଆଜିର ଦିନରେ ପ୍ରେମ ସଂଖ୍ୟା ଏତେ ବଢିଯାଇଛି ଯେ ଯାହାକୁ ପ୍ରକାଶ କରିବା ସମ୍ଭବ ପର ନୁହେଁ। ଭଲ ପାଉଥିବା ସେହି ପ୍ରେମିକାକୁ ଟିକିଏ ଖୁସି କରିବା ଲାଗି ଆପଣ କ’ଣ ନାହିଁ କ’ଣ କରିଥାନ୍ତି। ହେଲେ ସେଥିରେ ସେ ଆପଣଙ୍କ ଉପରେ ଆଦୌ ଖୁସ୍ ହୋଇନଥାନ୍ତି। ଯାହାର କାରଣ ହେଉଛି, ତାଙ୍କୁ ପସନ୍ଦ ଲାଗୁଥିବା ଭଳି କାମ ନକରି ଆପଣ ଅନ୍ୟ କିଛି କରି ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି। ଯେଉଁଥିପାଇଁ ସେ ଆପଣଙ୍କ ପ୍ରତି ଆକୃଷ୍ଟ ନ ହୋଇ ଅନ୍ୟ କାହା ଆଡକୁ ଆକ୍ରୁଷ୍ଟ ହୋଇଥାନ୍ତି।

ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ଏମିତି କିଛି କାମ କରିବାକୁ ପଡିବ ଯେଉଁଥିରେ ତାଙ୍କର ପସନ୍ଦ ଥିବ। ଯେମିତି କି, ଆପଣ ଏପରି କିଛି ହବି ବନାନ୍ତୁ ଯେଉଁଥିରେ ତାଙ୍କର ମଧ୍ୟ ରୁଚି ରହିଥିବ। ସାଧାରଣତଃ ମହିଳାମାନଙ୍କୁ ଭିନ୍ନ ରୁଚି ରଖୁଥିବା ପୁରୁଷ ପସନ୍ଦ ଆସିଥାନ୍ତି। ବିଶେଷକରି ମହିଳାମାନଙ୍କୁ ଫଟୋଗ୍ରାଫି, ପେଣ୍ଟିଂ, ସଂଗୀତ ଓ ପଶୁପକ୍ଷୀଙ୍କ ପ୍ରତି ରୁଚି ରଖୁଥିବା ପୁରୁଷ ଅଧିକ ଆକ଼ୃଷ୍ଟ କରିଥାନ୍ତି। ସେହିପରି ନିଜ ବେଶପୋଷାକରେ ଧ୍ୟାନ ଦିଅନ୍ତୁ। କାରଣ ମହିଳା ମାନେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ମାତ୍ର ମନେ ରଖନ୍ତୁ, ମହିଳାମାନେ ଭାରି ସୌଖୀନ୍‌ ସ୍ୱଭାବର। ଆପଣ ଯେତେବେଳେ ପସନ୍ଦ କରୁଥିବା ଝିଅଟିକୁ ଦେଖା କରିବାକୁ ଯାଉଛନ୍ତି, ସେତେବେଳେ ଆପଣ ଏକ ଭଲ ପୋଷାକ ପିନ୍ଧନ୍ତୁ। ଏହାସହ ଏକ ଭଲ ବ୍ରାଣ୍ଡର ପରଫ୍ୟୁମ କି ଡିଓ ଲଗାନ୍ତୁ। ଏହାଦ୍ୱାରା ତାଙ୍କ ନଜର ଆପଣଙ୍କ ଉପରେ ରହିବ। ତାଙ୍କର ପ୍ରିୟ ରଙ୍ଗର ପୋଷକ ପରିଧାନ କରିବା ଦ୍ୱାରା ତାଙ୍କ ମନ ଜିତି ପାରିବେ।

ସେହିପରି କଥାରେ ଅଛିଁ, ଯେଉଁ କଥା ଓଠ କହି ପାରେନି ସେଇ କଥା ଆଖି କହିଦିଏ। ଏଣୁ ସବୁବେଳେ ତାଙ୍କ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। କାରଣ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ଆପଣଙ୍କ ଚାହାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହେଲେ ସବୁ ସମୟରେ ରୋମାଣ୍ଟିକ୍‌ ଚାହାଣି ଦେଉଥିବା ବ୍ୟକ୍ତିକୁ ମହିଳାମାନେ ପ୍ରାଥମିକ ସ୍ତରରେ ପସନ୍ଦ କରିଥିଲେ ବି କିଛିଦିନ ପରେ ଦୂରେଇ ଯାଆନ୍ତି। ନିଜ ଚାହାଣିରେ ସଂଯମତା ରଖନ୍ତୁ। ଏହା ସହ ନାରୀଙ୍କ ସମ୍ମାନ କରନ୍ତୁ। ଆପଣ ଯଦି କେଉଁ ମହିଳାଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରାଇବାକୁ ଚାହାନ୍ତି, ତେବେ ଖାଲି ତାଙ୍କର ସମ୍ମାନ କିମ୍ବା ପ୍ରଶଂସା କଲେ ହେବ ନାହିଁ, ତାଙ୍କ ସାମ୍ନାରେ ଅନ୍ୟ ନାରୀଙ୍କର ମଧ୍ୟ ସମ୍ମାନ କରନ୍ତୁ। କାରଣ ନାରୀଙ୍କୁ ସମ୍ମାନ ଦେଉଥିବା ପୁରୁଷ, ନାରୀମାନଙ୍କ ନଜରରେ ଖୁବ୍‌ ଉର୍ଦ୍ଧରେ ଥାଆନ୍ତି। ଅପରପକ୍ଷରେ ଯଦି ଆପଣ ପସନ୍ଦ କରୁଥିବା ଝିଅକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାଁନ୍ତି, ତେବେ ତାଙ୍କ ସହ ନିଜର ସିକ୍ରେଟସ ସେୟାର କରନ୍ତୁ। ଏପରି କିଛି କଥା ସେୟାର କରନ୍ତୁ, ଯାହା ଆପଣ କାହା ସହ ସେୟାର କରି ନଥିବେ।

Get real time updates directly on you device, subscribe now.