fbpx

ଆଉ କେହି ବ୍ୟବହାର କରୁଛନ୍ତି ଆପଣଙ୍କର ହ୍ୱାଟ୍ସଆପ! ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ

ଓଡିଶା ଭାସ୍କର: ହ୍ୱାଟ୍ସଆପରେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଆଡ଼ଭାନ୍ସ ଫିଚର ମିଳିବା ଆରମ୍ଭ ହେଲାଣି । ହେଲେ ଏପରି କିଛି ଫିଚର ରହିଛି ଯାହା ଦ୍ୱାରା ଆପଣଙ୍କର ହ୍ୱାଟ୍ସଆପ ଆକାଉଣ୍ଟକୁ ଆଉ କେହି ଦେଖିପାରନ୍ତି । ଆପଣଙ୍କ ଆକାଉଣ୍ଟକୁ ଆଉ କାହାର ଆକ୍ସେସ ମଧ୍ୟ ରହିପାରେ ଯାହା ଦ୍ୱାରା ଆଉ କେହି ଆପଣଙ୍କ ଆକାଉଣ୍ଟରେ ହେଉଥିବା ସମସ୍ତ କାର୍ଯ୍ୟକଳାପକୁ ଆଉ କେହି ଦେଖୁଥାଇପାରେ ।

ଏହି ଫିଚର ହେଉଛି ହ୍ୱାଟ୍ସଆପ ଲିଙ୍କ୍ଡ ଡିଭାଇସ । ଏହା ସାହାଯ୍ୟରେ ଆପଣ ଗୋଟିଏ ହ୍ୱାଟ୍ସଆପ ଆକାଉଣ୍ଟକୁ କେତେଗୁଡ଼ିଏ ଡିଭାଇସରେ କନେକ୍ଟ କରିପାରିବେ । ତେବେ ଯଦି ଆପଣଙ୍କୁ ଲାଗୁଛି କି ଆଉ କେହି ଆପଣଙ୍କ ମେସେଜ ପଢ଼ୁଛି କିମ୍ବା ଆପଣଙ୍କ ଉପରେ ନଜର ରଖିଛି ତେବେ ଆପଣ ଏହି ଉପାୟରେ ଏହାର ଯାଞ୍ଚ କରିପାରିବେ ।

କିପରି କରିବେ ଏହାର ଯାଞ୍ଚ- ଏଥିପାଇଁ ପ୍ରଥମେ ଆପଣ ହ୍ୱାଟ୍ସଆପ ଓପନ କରନ୍ତୁ । ଏହାପରେ ଆପଣ ଡାହାଣ ପଟ କୋଣରେ ତିନିଟି ଡଟ ଦେଖିପାରିବେ । ଏଠାରେ କ୍ଲିକ କରିବା ପରେ ଆପଣଙ୍କୁ ଅନେକ ଅପ୍ଶନ ଦେଖିବାକୁ ମିଳିବ । ଏହା ମଧ୍ୟରୁ ଆପଣ ଲିଙ୍କ୍ଡ ଡିଭାଇସ ଅପଶନକୁ ଯାଆନ୍ତୁ । ଏହି ଫିଚର ଉପରେ କ୍ଲିକ କରିବା ଦ୍ୱାରା ଆପଣଙ୍କୁ ଲଗ ଇନ ହୋଇଥିବା ସମସ୍ତ ଡିଭାଇସ ଦେଖିବାକୁ ମିଳିବ ଯେଉଁଠାରେ ଆପଣଙ୍କ ଡିଭାଇସ ମଧ୍ୟ ଲିଙ୍କ ହୋଇଥିବ ।

ତେବେ ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ଅନ୍ୟ କୌଣସି ଡିଭାଇସରେ ଲଗ ଇନ କରାଯାଥିବ ତେବେ ଏହା ଆପର ଏଠାରେ ଦେଖିପାରିବେ । ତେବେ ଯଦି କୌଣସି ଅଜଣା ଡିଭାଇସ ସହିତ ଆପଣଙ୍କ ଆକାଉଣ୍ଟ ଲିଙ୍କ ହୋଇଛି ତେବେ ପ୍ରଥମେ ଏହାକୁ ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟରୁ ରିମୁଭ କରନ୍ତୁ । ଯଦିଓ ଏହି ଫିଚରକୁ ଠିକ କରିବା ପାଇଁ କମ୍ପାନୀ ଚେଷ୍ଟା କଜାରି ରଖିଛି ।

ସୂଚନାଯୋଗ୍ୟ, ହ୍ୱାଟ୍ସଆପ ନିଜ ପ୍ଲାଟଫର୍ମରେ ବିଭିନ୍ନ ନୂଆ ନୂଆ ଫିଚର୍ସ ଯୋଗ କରୁଛି । ତେବେ ନିକଟରେ ହ୍ୱାଟ୍ସଆପ ଚ୍ୟାଟଲକ ଫିଚରକୁ ନୂଆ କରି ଯୋଗ କରିଛି । ଏହା ଦ୍ୱାରା ଆପଣ ନିଜର ବ୍ୟକ୍ତିଗତ ଚାଟକୁ ଆପଣ ଲକ କରିପାରିବେ । ଆପଣଙ୍କର ଫିଙ୍ଗରପ୍ରିଣ୍ଟ ବା ଆପଣଙ୍କ ଫୋନର ପାସକୋଡ଼ ଦ୍ୱାରା ହିଁ ଏହାକୁ ଆପଣ ଓପନ କରିପାରିବେ ।

Get real time updates directly on you device, subscribe now.