fbpx
BSKY SKY
BSKY SKY

ଏମିତି ଏକ ଗ୍ରହ, ଯେଉଁଠି କେବେ ପହଞ୍ଚି ପାରିବନି ମଣିଷ: NASA କାହିଁକି ଦେଲା ଏଭଳି ବୟାନ?

BSKY

ନୂଆଦିଲ୍ଲୀ: ଭାରତର ମୁନ୍ ମିଶନ୍ ଚନ୍ଦ୍ରଯାନ-୩ର ସଫଳତା ପରେ ଅନ୍ତରୀକ୍ଷ ଯାତ୍ରା ଏବେ ସହଜ ମନେ ହେଉଛି । ବିଜ୍ଞାନ ବଳରେ ଏବେ ଯେକୌଣସି ଗ୍ରହରେ ପାଦ ଥାପିବା ପାଇଁ ଭାରତ ସମେତ ଅନ୍ୟ ଦେଶ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ଏହାଭିତରେ ନାସାର ଏକ ବୟାନ୍ ସମସ୍ତଙ୍କ ହୃଦୟ ଭାଙ୍ଗିଦେଇଛି । ନାସା କହିବା ଅନୁସାରେ, ଅନ୍ତରୀକ୍ଷରେ ଏମିତି ଏକ ଗ୍ରହ ରହିଛି ଯେଉଁଠି ମଣିଷ କେବେହେଲେ ପହଞ୍ଚି ପାରିବ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ଏକ ମେସେଜ ପୋଷ୍ଟ କରିଛି ଆମେରିକାର ସ୍ପେସ ଏଜେନ୍ସି ନାସା ।

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ବର୍ତ୍ତମାନ ମଙ୍ଗଳ ଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛନ୍ତି ପୃଥିବୀର ବଡ଼ ବଡ଼ ସ୍ପେସ ଏଜେନ୍ସି । କିନ୍ତୁ ନାସା ଟ୍ୱିଟର(X)ରେ ଏକ ପୋଷ୍ଟ ଲେଖି ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଛି । ନାସା କହିଛି- ଯଦି କେହି ଅନ୍ତରୀକ୍ଷରେ ବୃହସ୍ପତି ଗ୍ରହକୁ ଯିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଜାଣି ରଖିବା ଉଚିତ୍ ଯେ ଏହା କେବେ ସମ୍ଭବ ହୋଇପାରିବ ନାହିଁ । ପୋଷ୍ଟରେ ଲେଖାଯାଇଛି ଯେ, ବୃହସ୍ପତି ଗ୍ରହକୁ ଯିବା ଆପଣଙ୍କ ତାଲିକାରେ ଥିଲା କି? ଏବେ ସତ୍ୟତା କ’ଣ ଜାଣନ୍ତୁ… ଏହା କେବେ ହେଁ ସମ୍ଭବ ହୋଇପାରିବ ନାହିଁ । ବୃହସ୍ପତି ଗ୍ରହକୁ ଯିବାର ଆଶା ଭାଙ୍ଗି ଦେଇଥିଲେ ମଧ୍ୟ ଏହି ଗ୍ରହର ଏକ ଚନ୍ଦ୍ରମାରେ ପହଞ୍ଚିବା ନେଇ ଆଶା ରଖିଛି ନାସା । ଆଉ ଏକ ମେସେଜରେ ନାସା ଲେଖିଛି ଯେ, ୨୦୨୪ରେ ହେବାକୁ ଥିବା ୟୁରୋପାର ଫ୍ଲିପର ମିଶନ୍ ପାଇଁ ଆପଣ ନିଜ ନାମ ପଠାଇପାରନ୍ତି । ବୃହସ୍ପତି ଗ୍ରହର ଏହି ଚନ୍ଦ୍ରମା ପୃଥିବୀ ପୃଷ୍ଠରୁ ପ୍ରାୟ ୨.୮ ଆରବ କି.ମି ଦୂରରେ ଅବସ୍ଥିତ ।

ବୃହସ୍ପତିକୁ ଯିବା ଅସମ୍ଭବ କାହିଁକି?

ସୌରମଣ୍ଡଳରେ ସବୁଠାରୁ ବଡ଼ ଗ୍ରହ ହେଉଛି ବୃହସ୍ପତି । ପୃଥିବୀ ଅନୁସାରେ ଏହା ପ୍ରାୟ ୧୧ ଗୁଣ ବଡ଼ ହେବ ବୋଲି ଆକଳନ କରାଯାଉଛି । କିନ୍ତୁ ପୃଥିବୀରେ ଜୀବନଯାପନ ସମ୍ଭବ ହୋଇ ପାରୁଥିବା ବେଳେ ବୃହସ୍ପତିରେ ଏହା ସମ୍ଭବ ହୋଇ ପାରିନାହିଁ । ଏହି ଗ୍ରହ ଏକ ଗ୍ୟାସର ଗୋଲା ଭଳି ହୋଇଥାଏ, ତେଣୁ ଏଠାରେ କୌଣସି ପ୍ରକାରର ମାଟି ବା ଚଟାଣ ମଧ୍ୟ ନାହିଁ । ତେଣୁ କୌଣସି ସ୍ପେସକ୍ରାଫ୍ଟ ଏହି ଗ୍ରହକୁ ପଠାଗଲେ, ସେଠାରେ ଲାଣ୍ଡିଂ କରିବା ପାଇଁ ମଧ୍ୟ ସମତଳ ସ୍ଥାନ ମିଳିପାରେ ନାହିଁ । ସେଥିପାଇଁ ବୃହସ୍ପତିକୁ ଯିବା ସମ୍ଭବ ନୁହେଁ ବୋଲି ବୟାନ୍ ଦେଇଛି ନାସା ।

Get real time updates directly on you device, subscribe now.