fbpx
BJD SKY
BJD SKY

ଜାମ୍ମୁ କାଶ୍ମୀର ଶୋପିଆନ୍‌ ଅଞ୍ଚଳରେ ଏନ୍‌କାଉଣ୍ଟ, ଜଣେ ଆତଙ୍କବାଦୀକୁ ନିହତ କଲେ ଯବାନ, ସର୍ଚ୍ଚ ଅପରେସନ ଜାରି

BJD

ଜମ୍ମୁ କାଶ୍ମୀର (ଓଡ଼ିଶା ଭାସ୍କର): ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଶର୍ମାଲ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଜିଲ୍ଲାର ଶିର୍ମାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ ବେଳେ ଅତଙ୍କବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅପରେସନ ଜାରି ରଖିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରୁଥିଲେ ସେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଅଧିକାରୀ କହିଛନ୍ତି ଯେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଛନ୍ତି । ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେ କହିଛନ୍ତି ଯେ ଏନକାଉଣ୍ଟର ଜାରି ରହିଛି ଏବଂ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ।

 

Get real time updates directly on you device, subscribe now.