fbpx

ଘରେ ପଶି ନାବାଳିକାକୁ ଦୁଷ୍କର୍ମ! ଦ୍ୱିତୀୟ ମହଲାରୁ ପିଙ୍ଗିଦେଲେ ଦୁର୍ବୃତ୍ତ, ସିସିଟିଭିରେ ପୂରା ଚିତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଜଣେ ୧୭ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲେ ତିିନି ଯୁବକ । ଆଉ ବିରୋଧ କରିବାରୁ ତାଙ୍କୁ ଦୁଇ ମହଲା ଛାତରୁ ତଳକୁ ପିଙ୍ଗି ଦେଲେ । ଏଭଳି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ୨୫ ସେକେଣ୍ଡର ଏହି ସିସିଟିଭି ଭିଡିଓରେ କିଶୋରୀ ଜଣକ ବିଲ୍ଡିଂରୁ ଖସୁଥିବାର ଦେଖାଯାଉଛି । ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ।

ସୂଚନା ଅନୁସାରେ କୋତୱାଲି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ଲୋକମାନେ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରଥମେ ସରକାରୀ ହସ୍ପିଟାଲ ଓ ପରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ ଝିଅର ମେରୁଦଣ୍ଡ ଭାଙ୍ଗିଯାଇଛି ।

ପୀଡ଼ିତାଙ୍କ ବାପା ୩ ଜଣଙ୍କ ନାମରେ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁସାରେ ସେହି ତିନି ଯୁବକ ତାଙ୍କୁ ଅନେକ ମାସ ଧରି ହଇରାଣ କରି ଆସୁଛନ୍ତି । ସେ କହିଛନ୍ତି ସୋମବାର ରାତିରେ ଫୋନ କରିଥିଲେ ଏବଂ ସେମାନେ ଝିଅ ସହିତ କଥା ହେବା ପାଇଁ କହିଥିଲେ । ଯେତେବେଳେ କଥା କରାଇନଥିଲେ ସେମାନେ ତାଙ୍କୁ ଗାଳି ଦେଇଥିଲେ । ଏହାପରେ ରାତି ପ୍ରାୟ ୮ଟା ସମୟରେ ସେମାନେ ଘରେ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କ ସହ ମାରପିଟ୍ କରିଥିଲେ । ଝିଅ ସହ ଖରାପ ବ୍ୟବହାର କରିବା ସହ ଜୋର ଜବରଦସ୍ତ ସେମାନଙ୍କ ସାଥିରେ ନେବାକୁ ଉଦ୍ୟମ କରିଥିଲେ । ତେବେ ପରିବାର ଲୋକ ଚିକ୍ରାର କରିବା ପରେ ସେମାନେ ଝିଅକୁ ଦୁଇ ମହାଲା ତଳକୁ ଫିଙ୍ଗିଦେଇଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଛି । ତିନି ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ପଶିବାର ସିସିଟିଭି ଭିଡିଓ ରେକର୍ଡ ହୋଇଛି । ମଥୁରା ପୋଲିସ କହିଛି ଏହି ମାମଲାରେ ଦୁଇ ଜଣକୁ ଗିରଫ କରାଯାଇଛି ।

Get real time updates directly on you device, subscribe now.