fbpx

ଭାରତରେ ଲଞ୍ଚ ହେଲା OnePlus Nord CE 5G: ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ OnePlus ଭାରତରେ ଏହାର Nord ସିରିଜର ନୂତନ ସ୍ମାର୍ଟଫୋନ OnePlus Nord CE 5G ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ତିନିଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି ଏବଂ କମ୍ପାନୀ ତରଫରୁ ଏଥିରେ ଡିସ୍କାଉଣ୍ଟ ଏବଂ ପ୍ରି ବୁକିଙ୍ଗ ଅଫର ମଧ୍ୟ ରହିଛି ।

ଜାଣନ୍ତୁ କ’ଣ ରହିଛି ଫିଚର୍ସ:

OnePlus Nord CE 5Gର ଫିଚର୍ସ ବିଷୟରେ କହିଲେ ଏହି ସ୍ମାର୍ଟଫୋନରେ 6.43 inchର FHD+ Amoled Display ରହିଛି । ଯେଉଁଥିରେ 90Hzର ରିଫ୍ରେଶ ରେଟ ରହିଛି । ଫୋନରେ Qualcomm Snapdragon 750G ପ୍ରୋସେସର ଦିଆଯାଇଛି ।

OnePlus Nord CE 5G ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଯାହାର ପ୍ରାଇମେରୀ କ୍ୟାମେରା 64MPର ରହିଛି । 8 MPର ଅଲଟ୍ରା ୱାଇଡ ଲେନ୍ସ ଏବଂ 2 MPର ମୋନେକ୍ରୋମ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଫୋନରେ 16 MPର ଫ୍ରଣ୍ଟ କ୍ୟାମେରା ରହିଛି ।

ଫୋନ Android 11 ଦ୍ୱାରା ପରିଚାଳିତ ଏବଂ ଏଥିରେ OxygenOS 11 UI ଦେଖିବାକୁ ମିଳିବ । ଫୋନରେ 4500 mAhର ବ୍ୟାଟେରୀ ସହ Wrap Charge 30T Plus ଫାଷ୍ଟ ଚାର୍ଜିଂର ସୁବିଧା ମିଳିବ ।

OnePlus Nord CE 5G ର ଦାମ 22,999 ଟଙ୍କାରୁ ଆରମ୍ଭ ହୋଇଛି । ଯାହା ଏହାର ବେସ ଭ୍ୟାରିଏଣ୍ଟ 6 GB RAM + 128 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ । ଦ୍ୱିତୀୟ ଭ୍ୟାରିଏଣ୍ଟରେ 8 GB RAM + 128 GB  ଷ୍ଟୋରେଜ ରହିଛି ଯାହାର ଦାମ 24,999 ଟଙ୍କା ରହିଛି । ଏହାର ଟପ ଭ୍ୟାରିଏଣ୍ଟ 12 GB RAM + 256 GB  ଷ୍ଟୋରେଜର ଦାମ 27,999 ଟଙ୍କା ରହିଛି ।

Get real time updates directly on you device, subscribe now.