fbpx

ପୁଣି କନ୍ଦାଇବ ପିଆଜ: ବଢିଲା ଦର, ଜାଣନ୍ତୁ କିଲୋ ପିଛା କେତେ ?

Advertisement

ନୂଆଦିଲ୍ଲୀ: କ୍ରମାଗତ ଦରଦାମ ବୃଦ୍ଧିକୁ ନେଇ ଦେଶର ଖାଉଟୀମାନେ ଅତିଷ୍ଠହୋଇପଡ଼ିଲେଣି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ, ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ଧରିଥିବାରୁ ଖାଉଟୀମାନଙ୍କ ପକେଟ ଉପରେ ମାଡ଼ ପଡୁଛି । ତେବେ ନବରାତ୍ର ଓ ଦୁର୍ଗାପୂଜା ପରେ ରାଜଧାନୀ ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ ହୋଇଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟ ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଗତ ତିନିଦିନ ମଧ୍ୟରେ ଖୁଚୁରା ପିଆଜ ଦର କେଜି ପିଛା ୧୪ଟଙ୍କା ବୃଦ୍ଧି ପାଇଛି ।

ଫଳରେ ଖୁଚୁରା ବଜାରରେ ପିଆଜ ଦର କେଜି ପିଛା ୫୫ରୁ ୬୦ଟଙ୍କାରେ ବିକ୍ରି ହେଉଛି । କେବଳ ଖୁଚୁରା ବଜାର ନୁହେଁ, ପାଇକାରୀ ବଜାରରେ ମଧ୍ୟ ପିଆଜ ଦର ୭ରୁ ୮ ଟଙ୍କା ବୃଦ୍ଧି ପାଇଛି । ଆଜାଦପୁର ମଣ୍ଡିରେ ପିଆଜ ଦର କେଜି ପିଛା ପାଇକାରୀ ଦର ୩୫ରୁ ୪୦ ଟଙ୍କା ରହିଛି । ସେହିପରି ଏସିଆର ସର୍ବବୃହତ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲ ଗାଁରେ ପିଆଜ ଦରରେ ମଧ୍ୟ ବୃଦ୍ଧି ଘଟିଛି । ୧୫ ଦିନ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ପିଛା ୨୩୫୦ଟଙ୍କାରେ ବିକ୍ରିହେଉଥିବାବେଳେ ଏବେ ଏହା୩୮୦୦ ଟଙ୍କାରେ ପହଞ୍ଚିଛି ।

ଦେଶରେ ପିଆଜ ଦର ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ କେନ୍ଦ୍ର ସରକାର ଗତ ଅଗଷ୍ଟ ମାସରେ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଳେ । ଫଳରେ ରପ୍ତାନୀ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶ ଭିତରେ ପିଆଜ ମୂଲ୍ୟ ବୃଦ୍ଧି ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି । ଗୁରୁବାର ଦିଲ୍ଲୀ ଓ ମହାରାଷ୍ଟ୍ରର ବିଭିନ୍ନ ବଜାରରେ ପିଆଜ ଦର କେଜି ପିଛା ୫୦ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ମଧ୍ୟ ୫୦ଟଙ୍କା ପିଆଜ ବିକ୍ରି ଚାଲିଛି । ବର୍ତ୍ତମାନ ପିଆଜ ଅମଳର ଋତୁ ହୋଇନଥିବାରୁ ଆହୁରି ଦୁଇମାସ ଦରବୃଦ୍ଧି ଲାଗି ରହିବ ବୋଲିବ୍ୟବସାୟୀ ସଂଘ ପକ୍ଷରୁ ସୂଚନାଦିଆଯାଇଛି ।

ଡିସେମ୍ବର ମାସ ପର୍ଯ୍ୟନ୍ତଏହି ଦରବୃଦ୍ଧି ଘଟିବ ବୋଲିକୁହାଯାଉଛି । ଏହିପରି ମହାରାଷ୍ଟ୍ରରେପାଇକାରୀ ଦର କେଜି ପିଛା ୪୫ରୁ୪୮ଟଙ୍କା ବିକ୍ରି ହେଉଛି । ପୂର୍ବରୁଆଜାଦପୁର ମଣ୍ଡିକୁ ୧୨ଶହରୁ୧୫ଶହ ଟନ୍ ପିଆଜ ଆସୁଥିବାବେଳେ ଏବେ ପିଆଜଆସିବା ଏକରକମ ବନ୍ଦ ହୋଇଯାଇଛି । ଖୁବ୍ କମ୍ ପିଆଜ ବଜାରକୁ ଆସିବା ତଥାଆମଦାନି ହ୍ରାସ ପାଉଥିବାରୁ ମୂଲ୍ୟବୃଦ୍ଧି ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.