fbpx

ଟମାଟୋ ପରେ ଝଟକା ଦେବ ପିଆଜ : ଦରଦାମକୁ ଆୟତରେ ରଖିବା ପାଇଁ ସରକାର ହେଲେ ପ୍ରସ୍ତୁତ

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ କେତେକ ଲୋକଙ୍କ ଖାଇବା ଥାଳିରୁ ଟମାଟୋ ଆଉ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଆକାଶ ଛୁଆଁ । ଦେଶର କେତେକ ସ୍ଥାନରେ ଟମାଟୋର ଦର ୨୫୦ ଟଙ୍କାରେ ଯାଇ ପହଞ୍ଚିଥିଲା । ତେବେ ସରକାରଙ୍କ ହସ୍ତକ୍ଷେପ ପରେ ଟମାଟୋର ମୂଲ୍ୟ ବର୍ତ୍ତମାନ ନରମ ହେବାରେ ଲାଗିଛି । ଟମାଟୋ ଦରରେ ଲାଗିଥରବା ନନିଆଁକୁ ଦେଖି ସରକାର ଏବେ ଠାରୁ ପିଆଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ସୂଚନା ଅନୁସାରେ, ସରକାର ଗତବର୍ଷ ୨୦୨୨-୨୦୨୩ରେ ବଫର ଷ୍ଟକ୍ ପାଇଁ ୨.୫୧ ଲକ୍ଷ ଟନ ପିଆଜ ରଖିଥିଲେ । ଯେତେବେଳେ ସିଜନ ଶେଷ ହୋଇଯାଏ ସେତେବେଳେ ବଜାରରେ ପିଆଜର ଯୋଗାଣ ôହାସ ହେବା ସହିତ ଦରଦାମରେ ମଧ୍ୟ ବୃଦ୍ଧି ଆସେ । ଏନେଇ ସରକାର ଆଗରୁ ପିଆଜକୁ ଷ୍ଟକ କରି ରଖିବା ଆରମ୍ଭ କରନ୍ତି ।

ଖବର ଅନୁଯାୟୀ, ଏବେଠାରୁ କେନ୍ଦ୍ର ସରକାର ପିଆଜର ବଫର ଷ୍ଟକ ପ୍ରସ୍ତୁତ ଆରମ୍ଭ କରିସାରିଛନ୍ତି । ଏନେଇ ସରକାର ବହୁ ପରିମାଣରେ ପିଅଜ କ୍ରୟ କରୁଛନ୍ତି । ଯାହାଫଳରେ କି ମୌସୁମୀ ବଦଳିବା ପରେ ମଧ୍ୟ ପିଆଜର କୌଣସି ଅଭାବ ରହିବ ନାହିଁ ଏବଂ ଟମାଟୋ କ୍ଷତ୍ରରେ ଦେଖା ଯାଇଥିବା ଭଳି ପରିସ୍ଥିତି ମଧ୍ୟ ଦେଖା ଦେବ ନାହିଁ ।

Get real time updates directly on you device, subscribe now.