fbpx
BJD SKY
BJD SKY

ରାଜ୍ୟରେ ପୂରଣ ହେବ DEO, ଟାଇପିଷ୍ଟ ପଦ: OSSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

BJD

ଯଦି ଆପଣମାନେ ସରକାରୀ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ୧୭ ତାରିଖରେ ଏହା ସମାପ୍ତ ହେବ । ଏହାପରେ ଡିସେମ୍ବର ମାସ ୨୧ରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସଂଶୋଧନ କରିବା ପାଇଁ ବିକଳ୍ପ ପାଇବେ ।

ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଆଦି ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବେତନ ହାର ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ସିଲେକ୍ଟ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜସ୍ୱ ବୋର୍ଡ କଟକ, ଶ୍ରମ ଆୟୋଗ ଭୁବନେଶ୍ୱର, ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ଭୁବନେଶ୍ୱର, କୃଷି ନିର୍ଦ୍ଦେଶାଳୟ, ଲୋକାୟୁକ୍ତ ଓଡ଼ିଶା, ଆରଡିସି ବ୍ରହ୍ମପୁର ଆଦି ବିଭିନ୍ନ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବ । ଜୁନିୟର ଷ୍ଟେନୋଗ୍ରାଫର ଓ ଜୁନିୟର କ୍ଲକ କମ୍ ଟାଇପିଷ୍ଟ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ କଳା/ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ପାସ୍ କରିବା ସହିତ ବେସିକ୍ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ଜୁନିୟର ଟାଇପିଷ୍ଟ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ । ଡାଟା ଏଣ୍ଟ୍ରି ଅପରେଟର ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ୍ କରିବା ସହିତ କମ୍ପ୍ୟୁଟର ଓ ଭଲ ଭଲ ଭାବେ ଟାଇପିଂ ଜାଣିଥିବା ଆବଶ୍ୟକ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.