fbpx

IND vs AUS Final: ଖେଳମନ୍ତ୍ରୀଙ୍କୁ ବି ମିଳିଲାନି ଟିକେଟ୍‌, ଖାଲିହାତରେ ଫେରି ମନ୍ତ୍ରୀ କହିଲେ ଏପରି କିଛି

ନୂଆଦିଲ୍ଲୀ:ୱାନ୍ ଡେ’ ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଯାଉଥିବା ମ୍ୟାଚ୍‌କୁ ନେଇ ଏବେ ସାରା ଦେଶରେ ଉତ୍ସାହ ଭରି ରହିଛି । ଏହି ମ୍ୟାଚ୍ ୧୯ ନଭେମ୍ବରରେ ବିଶ୍ୱର ସବୁଠାରୁ ବୃହତ୍ତ ଅହମ୍ମଦାବାଦର ୧ଲକ୍ଷ ୩୦ହଜାର ସିଟ୍ ବିଶିଷ୍ଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ୍‌ରେ ଟିକେଟ ପାଇବା ଲାଗି ଦେଶର ପ୍ରତିଷ୍ଠିତ ଲୋକମାନଙ୍କୁ ବି ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି କ୍ରମରେ ଏକ ଖବର ସାମ୍ନାକୁ ଆସିଛି କି ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମ୍ୟାଚ୍ ଦେଖିବାକୁ ଟିକେଟ ମିଳିନାହିଁ ।

ଷ୍ଟାଲିନ୍ କହିଛନ୍ତି ମ୍ୟାଚର ଟିକେଟ ସବୁ ବିକ୍ରୀ ହୋଇଯାଇଛି । ମୋତେ ବି ଟିକେଟ ମିଳିଲା ନାହିଁ । କିନ୍ତୁ ଯଦି ଶେଷ ମୁହୂର୍ତ୍ତରେ ବି ମୋତେ ଟିକେଟ ମିଳିବ ତେବେ ମୁଁ ନିଶ୍ଚୟ ଖେଳ ଦେଖିବାକୁ ଯିବି । କାରଣ ଦେଶର ଜନତାଙ୍କ ପରି ମୁଁ ମଧ୍ୟ ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛି ।

Get real time updates directly on you device, subscribe now.