fbpx
BJD
BJD SKY
BJD SKY

ରେଳ ବିଭାଗର ବଡ଼ ନିଯୁକ୍ତି: ୫୬୯୬ଟି ALP ପଦ ପୂରଣ ହେବ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ରେଳ ବିଭାଗ ବିଭାଗ ପକ୍ଷର ୫ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏସପି) ପଦରେ ନିଯୁକ୍ତି ଦିଆଯିବ । ଦେଶର ବିଭିନ୍ନ ରେଲୱେ ଭର୍ତ୍ତି ବୋର୍ଡ (ଆରଆରବି) ମାନଙ୍କରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଜମା ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଭୁବନେଶ୍ୱର ଆରଆରବି ଜୋନ ପାଇଁ ୨୮୦ଟି ପଦ ଖାଲି ରହିଛି । ତେଣୁ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ।

ପ୍ରାର୍ଥୀଙ୍କୁ କେବଳ ଅନଲାଇନ୍ ଜରିଆରେ ଆବେଦନ କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଏକ୍ସ-ସର୍ଭିସମେନ, ମହିଳା, ତୃତୀୟଲିଙ୍ଗୀ, ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ଶ୍ରେଣୀ (ଇବିସି) ପ୍ରାର୍ଥୀଙ୍କ କ୍ଷେତ୍ରରେ ଆବେଦନ ଫିସ୍ ୨୫୦ ଟଙ୍କା ରହିଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଏହି ପରୀକ୍ଷା କରାଯିବ । ପ୍ରାର୍ଥୀମାନେ କେବଳ ଗୋଟିଏ ଆରଆରବିରେ ଆବେଦନ କରିପାରିବେ ଓ ଗୋଟିଏ ଅନଲାଇନ୍ ଆପ୍ଲିକେସନ ସବମିଟ୍ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.recruitmentrrb.in/#/auth/landing

ନୋଟିଫିକେସନ ଲିଙ୍କ: https://467362959265-rrbdocuments.s3.ap-south-1.amazonaws.com/dev/advt/Detailed%2BCEN%2B01-2024.pdf?X-Amz-Expires=604800&X-Amz-Algorithm=AWS4-HMAC-SHA256&X-Amz-Credential=AKIAWZUIAZ6Q4GSTC76M%2F20240120%2Fap-south-1%2Fs3%2Faws4_request&X-Amz-Date=20240120T070733Z&X-Amz-SignedHeaders=host&X-Amz-Signature=7c81ec2ee4c42c6f9248bdd59754b445bcd76deb86fc1cd4f75206e35416ca80

Get real time updates directly on you device, subscribe now.