fbpx

IDBI ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ: ୨୧୦୦ ପଦ ଖାଲି, ଅନଲାଇନ୍ ଆପ୍ଲାଏ ଆରମ୍ଭ

ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରିଥିବା ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କିରାଣୀ ଓ ସର୍କଲ ବେସଡ ଅଫିସର (ସିବିଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ଏହା ମଧ୍ୟରେ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୧୦୦ ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ଓ ଏଗଜିକ୍ୟୁଟିଭ୍ ପଦରେ ନିଯୁକ୍ତି ଦିଆଯିବ । ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ୮୦୦ ଓ ଏଗଜିକ୍ୟୁଟିଭ୍ ପଦ ପାଇଁ ୧୩୦୦ ପଦ ଖାଲି ରହିଛି । ଉଭୟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବେ । ଜେନେରାଲ ଓ ଅନ୍ୟ ପଛୁଆ ବର୍ଗ (ଓବିସି ) ପ୍ରାର୍ଥୀ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବେ । ସେହିପରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବେ । କେବଳ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଚଳିତ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ଓ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ । ନଭେମ୍ବର ମାସ ୨୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୬ ତାରିଖରେ ସମାପ୍ତ ହେବ । ଏହାପରେ ଡିସେମ୍ବର ମାସ ୩୦ ଓ ୩୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/idbiesonov23/

ନୋଟିଫିକେସନ ଲିଙ୍କ: https://www.idbibank.in/pdf/careers/Detailed_-Advertisement.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.idbibank.in/msme-banking.aspx

Get real time updates directly on you device, subscribe now.