fbpx

ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡରରେ ନିଯୁକ୍ତି: ଫାଇନାନ୍ସ ଓ ଆକାଉଣ୍ଟସ ଅଫିସର ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଗୃହ ଓ ସହରୀ ବିକାଶ ବିଭାଗ ଅଧିନରେ ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡର (ଗ୍ରୁପ-ଏ)ର ଅର୍ବାନ ଲୋକାଲ ବଡିଜରେ ଫାଇନାନ୍ସ ଓ ଆକାଉଣ୍ଟସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଗତମାସରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଆବେଦନ ଆରମ୍ଭ ହୋଇଛି । ଏପ୍ରିଲ ମାସ ୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମେ ମାସ ୬ ତାରିଖରେ ସମାପ୍ତ ହେବ ।

ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଏସସି, ଏସଟି ଓ ଏସଇବିସି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ ।

ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ଆଇସିଏଆଇ ଅଧିନରେ ସିଏ କିମ୍ବା ଆସିଡବ୍ଳ୍ୟୁଏଆଇରୁ ସିଡବ୍ଲ୍ୟୁଏ ସମାପ୍ତ କରିଥିବେ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ପରିଚାଳନା କ୍ଷେତ୍ରରେ ଜ୍ଞାନ ରହିବା ସହିତ ସେ ମାଇକ୍ରୋସଫ୍ଟ ୱାର୍ଡ ଓ ଏକ୍ସେଲ ଫର୍ମାଟରେ ଡାଟା ଏଣ୍ଟ୍ରି କରିପାରୁଥିବେ । ଏହି ପଦରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦାଖଲ କରିବାକୁ ପଡ଼ିବ ନାହିଁ । ଲିଖିତ ପରୀକ୍ଷା (୪୦୦ ମାର୍କ) ଓ ସାକ୍ଷାତକାର (୫୦) ମାର୍କ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://opscechayan.in/#/auth/landing

Get real time updates directly on you device, subscribe now.