fbpx
BJD
BJD SKY
BJD SKY

ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି, କୁଆପଥର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରଷ୍ମ ଲହରୀ ଜାରି ରହିଛି । ହେଲେ ତାତିରୁ ନିସ୍ତାର ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ହିଟୱେଭ ବଳବତ୍ତର ରହିବ । ନୟାଗଡ଼, ବଲାଙ୍ଗୀର, ଭଦ୍ରକରେ ଏହି ହିଟୱେଭ ଜାରି ରହିବ ବୋଲି କୁହାଯାଇଛି । ଏଥିସହ ୨୪ ଘଣ୍ଟା ପର୍ଯ୍ୟନ୍ତ ଗଜପତି ଓ ବୌଦ୍ଧ ଜିଲ୍ଲାରେ ଜାରି ରହିବ ଏହି ହିଟୱେଭ । କାଲି ଅପେକ୍ଷା ତାପମାତ୍ରା କମ୍ ରହିବ ଏବଂ ଗରମ, ଗୁଳୁଗୁଳି ମଧ୍ୟ ଜାରି ରହିବ ।

ଆସନ୍ତାକାଲି କିଛି ଜିଲ୍ଲାରେ କୂଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ରହିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ କୂଆପଥର ବର୍ଷା ହେବା ନେଇ ଆକଳନ କରାଯାଇଛି । ଏଥିସହ ଯାଯପୁର ଓ କଟକରେ ମଧ୍ୟ କୂଆପଥର ବର୍ଷା ହୋଇପାରେ । ୨ ଦିନରେ ସାରା ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Get real time updates directly on you device, subscribe now.