fbpx
BJD SKY
BJD SKY

ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି

BJD

କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ । ଚଳିତ ବର୍ଷ ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମାଟ୍ରିକ୍‌ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ସେହିପରି ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ। ଅତିକମ୍‌ରେ ଖାତାଦେଖା ୧୨ ଦିନ ଚାଲିବ। ତେବେ ଆଗାମୀ ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ପରିବର୍ତ୍ତନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ ।

 

 

 

Get real time updates directly on you device, subscribe now.