fbpx

ଚୀନ୍ ମହାକାଶ ବିଜ୍ଞାନୀ କଲେ ଅଭିନବ ପରୀକ୍ଷଣ, ମହାକାଶରେ ଜଳାଇଲେ ମହମବତୀ

ବେଇଜିଂ: ଯଦି ମହାକାଶରେ ମହମବତୀ ଜଳାଯିବ ତେବେ କ’ଣ ହେବ ? ଏହିପରି ଏକ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଠୁଥିବ ନିଶ୍ଚୟ । ଏପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଚୀନ୍‌ର ମହାକାଶ ଯାତ୍ରୀମାନେ ଏକ ପରୀକ୍ଷଣ କରିଥିଲେ । ଏହି ପରୀକ୍ଷଣ ଚୀନ୍‌ର ମହାକାଶ ଅନୁସନ୍ଧାନ କେନ୍ଦ୍ର ତିୟାଙ୍ଗୋଙ୍ଗରେ ୨୧ ସେପ୍ଟେମ୍ବରରେ କରାଯାଇଥିଲା । ତିୟାଙ୍ଗୋଙ୍ଗରେ ମହାକାଶ କେନ୍ଦ୍ରରେ ଥିବା ମହାକାଶ ଯାତ୍ରୀ ଏକ ମହମବତୀ ଜଳାଇଥିଲେ ଯାହା ଏକ ଲାଇଭ୍ ଷ୍ଟ୍ରିମ ଲେକଚର ଥିଲା । ମାଇକ୍ରୋଗ୍ରାଭିଟିରେ ନିଆଁ କିପରି କାମ କରିଥାଏ ଏହା ଦେଖାଇବା ହିଁ ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ।

ଚୀନ୍ ମହାକାଶଯାତ୍ରୀଙ୍କ ଏହି ପରୀକ୍ଷଣ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଥିଲା । ଏହାକୁ ଚୀନ୍‌ରେ ତିୟାଙ୍ଗୋଙ୍ଗ କ୍ଲାସରୁମ୍ କୁହାଯାଏ । ବାସ୍ତବରେ ମହାକାଶ ଯାତ୍ରୀ ମହାକାଶରେ ଅଗ୍ନିର ପ୍ରଭାବ କିପରି ରହିଛି ତାହା ଦେଖିବାକୁ ଚାହିଁଥିଲେ । ପୃଥିବୀରେ ଯେତେବେଳେ ମହମବତୀ ଜଳାଯାଏ ସେତେବେଳେ ସେଥିରୁ ଗରମ ପବନ ଉପରକୁ ଓ ଥଣ୍ଡା ପବନ ତଳକୁ ଯାଇଥାଏ । ଏହି ସ୍ୱତନ୍ତ୍ର କ୍ଲାସ ଜରିଆରେ ଚୀନ୍‌ର ୫ ଜଣ ଛାତ୍ରଙ୍କ ସହ ଆଲୋଚନା କରିଥିଲେ ମହାକାଶ ଯାତ୍ରୀ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୯୯୭ରେ ରୁଷୀୟ ମହାକାଶ କେନ୍ଦ୍ର ମୀରରେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁକୁ ନେଇ ଏଠାରେ କଡା ନିୟମ କରାଯାଇଛି । ମହାକାଶ କେନ୍ଦ୍ର ମଧ୍ୟରେ ଜ୍ୱଳନଶୀଳ ସାମଗ୍ରୀକୁ ନେଇ ଚୀନ୍‌ରେ କଡା ନିୟମ ରହିଛି । ତେବେ ଚୀନ୍ ମହାକାଶ ଅନୁସନ୍ଧାନ କେନ୍ଦ୍ରରେ ଏହି ରିସର୍ଚ୍ଚ ଲାଗି ଏକ ସ୍ୱତନ୍ତ୍ର ର‌୍ୟାକ ତିଆରି କରାଯାଇଥିଲା ଯାହାର ଉପଯୋଗ କରି ଏହି ନିଆଁ ଜଳାଯାଇଛି ।

Get real time updates directly on you device, subscribe now.