fbpx
BJD SKY
BJD SKY

ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଅନଲାଇନ ଠକେଇ

BJD

କଟକ,୧୭ ।୨(ଓଡିଶା ଭାସ୍କର): ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବଢି ବଢି ଚାଲିଛି । ଏହାରି ମଧ୍ୟରେ ଅନଲାଇନ ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କା ଚୂନା ଲଗାଇଛନ୍ତି ଅନଲାଇନ୍ ଠକ । ଅନଲାଇନ ଠକେଇର ଶିକାର ହୋଇଛନ୍ତି କଟକର ଜଣେ ଡାକ୍ତର । ୮ ଡିଜିଟ୍ ନମ୍ବରରୁ ଡାକ୍ତରଙ୍କୁ ଫୋନ୍ କଲ୍ ଆସିଥିଲା । ଏଟିଏମ କାର୍ଡରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହେଇଯିବ ବୋଲି ଠକ କହିଥିଲେ । ଗୁଗଲ ଷ୍ଟୋରରୁ ଆପ୍ ଡାଉନଲୋଡ କରି ଡାକ୍ତର ରିଚାର୍ଜ କରିଥିଲେ । ପର୍ଯ୍ୟାୟକ୍ରମେ ଡାକ୍ତରଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା କଟି ଚାଲିଲା । ଅନଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ।

Get real time updates directly on you device, subscribe now.