fbpx

ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଅନ୍‌ଲାଇନ୍‌ରେ ଯୁବକ ଠକି ନେଲେ ଲକ୍ଷାଧିକ ଟଙ୍କା, ପ୍ରତାରକ ପ୍ରେମିକକୁ ଟ୍ରାକ୍ କରି ଧରିଲା ପୁଲିସ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ସୋସିଆଲ ମିଡିଆ ଜରିଆରେ ସମ୍ପର୍କ ରଖି ବିବାହ ପ୍ରତିଶୃତି ଦେଇ ଓଡିଶାର ବିଭିନ୍ନ ସ୍ଥାନର ନିରୀହ ଯୁବତୀମାନଙ୍କୁ ଟଙ୍କା ଠକେଇ କରୁଥିବା ଯୁବକଙ୍କୁ ଛତ୍ରପୁର ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ସେହେଲେ ଅନଗୁଳ ଟାଉନ୍‌ ଥାନା ଅଧିନ ଖଲାରୀ ଗାଁ ର ଭବାନୀ ସିଦ୍ଧାର୍ଥ ଶଙ୍କର (୨୬) । ତାଙ୍କୁ ଶନିବାର ଛତ୍ରପୁର ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା ଆଇଆଇସି ସତ୍ୟ ରଂଜନ ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ଭବାନୀ ଠାରୁ ୧ ଲକ୍ଷ ୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏଥିସହ ଛତ୍ରପୁର ପୋଲିସ ତଦନ୍ତ କରି ୩ ଟି ମୋବାଇଲ ଫୋନ୍‌, ବ୍ୟାଙ୍କ ଖାତା, ଆଧାର କାର୍ଡ , ହୁଆଟ୍ସ ଆପ୍‌ ସ୍କ୍ରିନ୍‌ ସଟ୍‌ (୧୦ ଟି ପୃଷ୍ଠା) ଆଦି ଜବତ ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗଂଜାମ ଜିଲା ଗୋପାଳପୁର ଥାନା ଅଂଚଳର ଜଣେ ୨୬ ବର୍ଷୀୟା ଯୁବତୀଙ୍କ ସହ ଭବାନୀ ସୋସିଆଲ ମିଡିଆରେ ସମ୍ପର୍କ ରଖି ବିବାହ ପ୍ରତୃଶୃତି ଦେଇଆସୁଥିଲେ । ପରେ ତାଙ୍କୁ ବିଭିନ୍ନ କିସ୍ତିରେ ୧ ଲକ୍ଷ ୧୦ ହଜାର ଟଙ୍କା ମାଗିଥିଲେ । ତେବେ ନିଜ ଆକାଉଂଟକୁ ଟ୍ରାନ୍ସଫର ବଦଳରେ ନିଜର ଜଣେ ସହଯୋଗୀ କର୍ମୀ ତଥା କୋରାପୁଟ ଜିଲା ନନ୍ଦପୁର ନିକଟ ଉମ୍ବେଲ ଗାଁର ରାମ ପାଙ୍ଗିର ଫୋନ୍‌ ପେ ନମ୍ବର ଉକ୍ତ ଯୁବତୀଙ୍କୁ ଦେଇଥିଲେ । ପରେ ଯୁବତୀ ଜଣଙ୍କ ରାମଙ୍କ ଫୋନ୍‌ ପେ କୁ ୧ ଲକ୍ଷ ୧୦ ହଜାର ଟଙ୍କା ପଠାଇଥିଲେ । ମାତ୍ର ଏସମ୍ପର୍କରେ ରାମ ସତ୍ୟ ଘଟଣା ଜାଣିନଥିଲେ ଏବଂ ବିଶ୍ୱାସ କରି ତାଙ୍କ ଏକାଉଂଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ଭବାନୀଙ୍କୁ ଦେଇଥିଲେ । ପରେ ଉକ୍ତ ସାଇବର ଠକେଇର ଶୀକାର ଯୁବତୀ ଜଣଙ୍କ ଛତ୍ରପୁର ଥାନାରେ ୨୦୨୧ ଡିସେମ୍ବର ୨୫ ତାରିଖରେ ଏନେଇ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତି କରି ଛତ୍ରୁର ଥାନା ପୋଲିସ ବିଭିନ୍ନ ଧାରା ଲଗାଇ ଏକ ମାମଲା ନଂ ୬୭୫ ରୁଜୁ କରି ତଦନ୍ତ ଚଳାଇଥିଲେ । ଫୋନ୍‌ ପେ କୁ ଟଙ୍କା ଯାଇଥିବା ରାମକୁ ୪ ତାରିଖରେ ଛତ୍ରୁର ପୋଲିସ ର ଏକ ଟିମ୍‌ କୋରାପୁଟ ଜିଲା ସେମିଳିଗୁଡାର ଧରିଥିଲେ । ପରେ ତାଙ୍କୁ ଛତ୍ରପୁର ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇ ସିଆରପିସି ର ୧୬୪ ରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ତାଙ୍କର ବୟାନ ଓ ସହାୟତା ଏବଂ ମୋବାଇଲ ଫୋନ୍‌ ଲୋକେସନ ଟ୍ରାକ୍‌ କରି ୮ ତାରିଖରେ ଭବାନୀଙ୍କୁ ବ୍ରହ୍ମପୁର ବସଷ୍ଟାଣ୍ଡ ଅଂଚଳରୁ ଛତ୍ରପୁର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପୂର୍ବରୁ ଭବାନୀ ରାଉରକେଲା ସେକ୍ଟର-୭, ବାଲେଶ୍ୱର ଜିଲା ଖଇରା ଥାନା ଏବଂ ବ୍ରହ୍ମୁର ସାଇବର ଥାନା ଅଂଚଳରେ ମଧ୍ୟ ଗୋଟିଏ ଲେଖାଏଁ ଏଭଳି ସାଇବର ଠକେଇରେ ସଂପୃକ୍ତ ଥାଇ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.