GATE 2025 ପାଇଁ ଆଜିଠୁ ଅନଲାଇନ୍ ରେଜିଷ୍ଟ୍ରେସନ୍‌, ଜାଣନ୍ତୁ ଆବେଦନ ପ୍ରକ୍ରିୟା ଏବଂ ଯୋଗ୍ୟତା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଆରମ୍ଭ ହେଉଛି ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଂଜିନିୟରିଂ(GATE) ୨୦୨୫ ପାଇଁ ରେଜିଷ୍ଟ୍ରେସନ୍ କମ୍ ଆପ୍ଲିକେସନ୍ ପ୍ରୋସେସ୍ । ଆଗ୍ରହୀ ପ୍ରାର୍ଥୀ ଗେଟ୍ ୨୦୨୫ର ଅଫିସିଆଲ ୱେବସାଇଟ୍ https://gate2025.iitr.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଅକ୍ଟୋବର । କହିରଖୁଛୁ ପୂର୍ବରୁ ଗେଟ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ୨୬ ସେପ୍ଟେମ୍ବରରେ ଶେଷ ହୋଇଥାନ୍ତା ।

GATE 2025 ର ଆୟୋଜନ IIT Roorkee କରୁଛି । ଫେବୃଆରୀ ୨୦୨୫ରେ ଏହି ପରୀକ୍ଷା ୧, ୨, ୧୫ ଏବଂ ୧୬ ତାରିଖରେ ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ଇଂଜିନିୟରିଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଆଡମିଶନ୍ ପାଇଁ ଏହି ପରୀକ୍ଷା କରାଯାଏ । ONGC ସହିତ ଅନେକ PSU ମଧ୍ୟ GATE ସ୍କୋର ଆଧାରରେ ନିଯୁକ୍ତି ଦେଇଥାନ୍ତି ।

ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆପ୍ଲିକେସନ ଫିସ୍‌

GATE2025 ପରୀକ୍ଷା ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ ସ୍ନାତକ ଶେଷ ବର୍ଷର ଛାତ୍ର କିମ୍ବା ଇଂଜିନିୟରିଂ/ଟେକ୍ନୋଲୋଜି/ଆର୍କିଟେକ୍‌ଚର/ସାଇନ୍ସ/କମର୍ସ/ଆର୍ଟ୍ସ/ ହ୍ୟୁମାନିଟିଜରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଗେଟ୍ ପରୀକ୍ଷା ପାଇଁ ଅବେଦନ କରିପାରିବେ । କହିରଖୁଛୁ ଏହି ପରୀକ୍ଷା ପାଇଁ କୌଣସି ବୟସ ସୀମା ନାହିଁ । ସାଧାରଣ ବର୍ଗଙ୍କ ପାଇଁ ଆପ୍ଲିକେସନ୍ ଫିସ୍ ୧୮୦୦ ଟଙ୍କା ରହିଛି । ଲେଟ୍ ଫିସ୍ ସହ ଆବେଦନ କରିଲେ ୨୩୦୦ ଟଙ୍କା ଦେବାକୁ ପଡ଼ିବ । ମହିଳା/ଏସସି/ଏସଟି/ଦିବ୍ୟାଙ୍ଗ ବର୍ଗ ପ୍ରାର୍ଥୀଙ୍କ ପାଇଁ ୯୦୦ ଟଙ୍କା ରହିଛି । ଲେଟ୍ ଫିସ୍ ସହ ଆବେଦନ କରିଲେ ୧୮୦୦ ଟଙ୍କା ଦେବାକୁ ପଡ଼ିବ ।

କେତେଟା ବିଷୟରେ କରିପାରିବେ ଆବେଦନ ?

ଗେଟ୍ ପରୀକ୍ଷାରେ କେବଳ ଗୋଟିଏ ବିଷୟ ପାଇଁ ଆବେଦନ କରିପାରିବେ । ଦୁଇଟି ପେପର କମ୍ବିନେସ ରହିଲେ ସମ୍ପୃକ୍ତ ପେପରକୁ ଅରିଜିନାଲ ଆବେଦନ ସହ ଜୋଡ଼ି ପାରିବେ । ତେବେ ଦୁଇଟି ପେପର କମ୍ବିନେସନ ଗେଟ୍ ଅଫିସିଆଲ ୱେବସାଇଟରୁ ଚୟନ କରିପାରିବେ । ଗେଟ୍ ପରୀକ୍ଷାରେ ଗୋଟିଏରୁ ଅଧିକ ଅବେଦନ ପୁରଣ କରିଲେ କେବଳ ଗୋଟିଏ ଆବେଦନ ଗ୍ରହଣ କରାଯିବ । ଅବଶିଷ୍ଟ ଆବେଦନର ଶୁଳ୍କ ପ୍ରଦାନ କରାଯିବ ନାହିଁ ।

ଗେଟ୍ ୨୦୨୫ ପରୀକ୍ଷା ମୋଟ୍ ୧୦୦ ମାର୍କ ବିଶିଷ୍ଟ ୩ ଘଣ୍ଟାର ହେବ । ଏଥିରେ MCQ, ମଲ୍ଟିପଲ ସିଲେକ୍ଟ କ୍ୱେଶ୍ଚିନ୍‌(MSQ), ନ୍ୟୁମେରିକାଲ ଆନସର ଟାଇପ୍ (NAT) । ପ୍ରତ୍ୟେକ ପ୍ରଶ୍ନର ୪ଟି ବିକଳ୍ପ ରହିବ । ଏଥିରେ ଜେନେରାଲ ଆପ୍ଟିଟ୍ୟୁଡର ୧୫, ଇଂଜିନିୟରିଂ ମାଥେମେଟିକ୍ସର ୧୩ ଏବଂ ସବଜେକ୍ଟସରୁ ୭୨ ପ୍ରଶ୍ନ ରହିବ ।