fbpx

ଓପନ୍ ସ୍କୁଲରୁ ଯୁକ୍ତଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀମାନେ NEET ପରୀକ୍ଷା ଦେଇ ପାରିବେ: ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓପନ ସ୍କୁଲମାନଙ୍କରୁ ଯୁକ୍ତଦୁଇ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓପନ ସ୍କୁଲରୁ ଯୁକ୍ତଦୁଇ ପାସ୍୍ କରିଥିବା ପିଲାମାନେ ଏଣିକି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ପରୀକ୍ଷା ଦେଇ ପାରିବେ । ଏହି ମାମଲାର ବିଚାର ପରି ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହି ଅବସରରେ ସର୍ବୋଚ୍ଚ ଅଦାଲତ ଗ୍ରାଜୁଏଟ ମେଡିକାଲ ଶିକ୍ଷା, ୧୯୯୭ର ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ରେଗୁଲେସନ୍ସ ୪(୨)(ଏ)ର ନିୟମ ବାବଦରେ ଉଲ୍ଲେଖ କରିଥିଲେ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଓ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ଓପନ ସ୍କୁଲଗୁଡ଼ିକ ଏଣିକି ନିଟ୍ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଜାତୀୟ ମେଡିକାଲ କାଉନସିଲ (ଏନଏମସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବେ । ଏନଏମସିରୁ ମାନ୍ୟତା ପ୍ରାପ୍ତ ହେବା ପରେ ଏହି ସ୍କୁଲଗୁଡ଼ିକରୁ ଯୁକ୍ତଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ଦେଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ୧୯୯୭ର ରେଗୁଲେଟର ଅନ୍ ଗ୍ରାଜୁଏଟ ମେଡିକାଲ ଏଜୁକେସନର ରେଗୁଲେସନ ୪(୨)ଏ)ର ନିୟମ ଅନୁସାରେ ଏହି ପ୍ରାର୍ଥୀମାନଙ୍କୁ ନିଟ୍ ପରୀକ୍ଷା ଦେବା ଉପରେ ରୋକ ଲଗାଇଥିଲେ । ୨୦୧୮ରେ ଦିଲ୍ଲୀ କୋର୍ଟ ଏହି ନିୟମକୁ ଅଣସାମ୍ବିଧାନିକ ଆଖ୍ୟା ଦେଇ ତାହାକୁ ରଦ୍ଦ କରିଦେଇଥିଲେ ।

Get real time updates directly on you device, subscribe now.