fbpx

ChatGPT କ’ଣ ଲୋକଙ୍କ ଚାକିରି ନେଇଯିବ? ଏନେଇ ବଡ଼ ସଂକେତ ଦେଲେ openAIର ସିଇଓ

AAKASH

ନୂଆଦିଲ୍ଲୀ: ଚାଟଜିପିଟି ଏକ ଏଆଇ ଟୁଲ, ଯେଉଁଥିରେ ସବୁ ଡାଟା ଆଧାରରେ ସମସ୍ତ ମନୁଷ୍ୟ କାମକୁ ସହଜ ଏବଂ ଶୀଘ୍ର କରିଦିଏ । ଯେପରିକି କୌଣସି ଲେଖାଲେଖି କାମ, ପୋଏମ, ରିପୋର୍ଟ ଆଦି ଜିନିଷ । ଏଆଇ ଟୁଲକୁ ଆପଣ ଏପରି ବୁଝିପାରିବେ କି ଯେପରି ମଣିଷ କିଛି ଗୋଟେ ବଡ଼ ପରୀକ୍ଷା କରୁଛି ଏବଂ ଏହା ମେଡିକାଲ ଫିଲ୍ଡରେ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ତୁଲାଉଛି । ଏଆଇ ଟୁଲ ବଜାରକୁ ଆସିବା ପରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ସତରେ କଣ ଏହା ଲୋକମାନଙ୍କ ଚାକିରି ନେଇଯିବ? ତେବେ ଏହି ପ୍ରଶ୍ନର ଉତ୍ତର ସିଇଓ ସାମ ଆଲ୍ଟମ୍ୟାନ ଦେଇଛନ୍ତି ।

ଦ ଆଣ୍ଟଲାଟିକକୁ ଦେଇଥିବା ଇଣ୍ଟରଭ୍ୟୁରେ ସାମ୍ କହିଛନ୍ତି ଯେ, ଲୋକମାନେ ଭାବୁଛନ୍ତି ଏଆଇ ବହୁତ ଭଲ ଏବଂ ଏହା ଲୋକଙ୍କ ଚାକିରି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ହେଲେ ଏହା ଆଦୌ ଭାବିବା ଠିକ ନୁହେଁ । ସେ କହିଛନ୍ତି, ଅଗାମୀ ସମୟରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବା ସହ ବହୁ ଲୋକଙ୍କ ଚାକିରି ନେଇଯିବ । ସେ ପୁଣି କହିଛନ୍ତି ଯେ, ତାଙ୍କ କମ୍ପାନୀ ଚାଟ ଜିପିଟି ଠାରୁ ଭୟଙ୍କର ଏଆଇ ଟୁଲ ବନାଇପାରିବ ହେଲେ ଲୋକମାନେ ଏଥିପାଇଁ ପ୍ରସ୍ତୁତ ନାହାନ୍ତି । ସିଇଓ କହିଛନ୍ତି ଯେ, ଆଗାମୀ ସମୟରେ ଏଆଇ ଟୁଲ୍ସ ମଧ୍ୟ ତାହା କରିପାରିବ ଯାହା ମନୁଷ୍ୟ କରିପାରୁଛି ।

କଲମ୍ବିଆ ବିଜନେସ୍ ସ୍କୁଲର ପ୍ରଫେସର ଓଡେଡ ନେଟଜର ଇନସାଇଡରକୁ କହିଛନ୍ତି ଯେ, ଲୋକମାନେ ଭୟ କରନ୍ତି ଯେ, ଏଆଇ ସେମାନଙ୍କ ଚାକିରି ନେଇଯିବ, କିନ୍ତୁ ବଡ଼ ବିପଦ ହେଉଛି ଯେ, ଚାକିରିଟି ଯିବ ସେତେବେଳେ, ଯେତେବେଳେ ଲୋକମାନେ AI ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପାଆନ୍ତି, ତେବେ ସେମାନେ ଏପରି ଲୋକଙ୍କ ଚାକିରି ନେଇପାରିବେ ଯେଉଁମାନେ ଟେକ୍ନୋଲୋଜି ବିଷୟରେ ଅଧିକ ଜାଣନ୍ତି ନାହିଁ।

ମାର୍ଚ୍ଚରେ, ଗୋଲ୍ଡମ୍ୟାନ୍ ସାକ୍ସ ଆକଳନ କରିଛନ୍ତି ଯେ, ବିଶ୍ୱରେ ୩୦୦ ନିୟୁତ ଚାକିରି AI ଦ୍ୱାରା ପ୍ରଭାବିତ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା AI ହେତୁ ହେବା ଜରୁରୀ ନୁହେଁ, ଏହା ସମ୍ଭବ ଯେ, AI ବିଷୟରେ ଅଧିକ ବୁଝାମଣା ଥିବା ବ୍ୟକ୍ତି ଅନ୍ୟମାନଙ୍କ କାମ ଉପରେ ପ୍ରଭାବ ପକାଇ ପାରିବେ।

Get real time updates directly on you device, subscribe now.