fbpx
BSKY
BJD YOUTH SKY
BJD MS SKY

ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟର ସମସ୍ତ PACS, LAMPS ଓ ସମବାୟ ବ୍ୟାଙ୍କ କମ୍ପ୍ୟୁଟରୀକରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଉନ୍ନତି କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟ ସମତି (ଲ୍ୟାମ୍ପସ)ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସ କମ୍ପ୍ୟୁଟରୀକରଣ କରାଯିବ ।

ଏଥିସହିତ ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ପ୍ୟାକ୍ସ ଓ ଲ୍ୟାମ୍ପସକୁ ଅଧିକ କ୍ରୀୟାଶୀୟ କରାଇବାକୁ ରାଜ୍ୟ ସରକାର ଯୋଜନା କରିବା ସହିତ ସେଗୁଡ଼ିକୁ ଆନୁଷଙ୍ଗିକ ସୁବିଧା ଯୋଗାଇବା ଲକ୍ଷ୍ୟରେ କମ୍ପ୍ୟୁଟରୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଏହି କାର୍ଯ୍ୟ ସମାପନ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ୧୪୯୪ଟି ପ୍ୟାକ୍ସର କାର୍ଯ୍ୟକାରିତା ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହେବ ।

ସମବାୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବା ବେେଳେ ଲକ୍ଷ୍ୟ ପୂରଣ ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ରାଜ୍ୟ ଭାବେ ରାଜ୍ୟର ୨୦୬୩ଟି ପ୍ୟାକ୍ସକୁ କମ୍ପ୍ୟୁଟଣୀକରଣ କ୍ଷେତ୍ରରେ ସାମିଲ କରିବା ନେଇ ରାଜ୍ୟ ସରକର ଗତ ବର୍ଷ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ୧୫ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ନିଯୁକ୍ତି ମିଳିଥିଲା । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଥିଲା । ଏଥିସହିତ ରାଜ୍ୟରେ ୧୨୦୦ଟି ନୂଆ ପ୍ୟାକ୍ସ ଗଠନ ନେଇ ଚଳିତ ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.