fbpx

‘ଅପରେସନ୍ ଗଜ ଉଦ୍ଧାର’ ମୁଣ୍ଡଳି ଅଭିମୁଖେ ବରିଷ୍ଠ ଅଧିକାରୀ

ଆଠଗଡ଼(ଓଡ଼ିଶା ଭାସ୍କର): ମହାନଦୀ ପାର ହେଉଥିବା ବେଳେ ମୁଣ୍ଡଳିଠାରେ ଫସିଛି ହାତୀ । ମହାନଦୀରେ ପ୍ରଖୋର ସ୍ରୋତ ଥିବାରୁ ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ ଲାଗିଛନ୍ତି । କିନ୍ତୁ ଗୋଟିଏ ହାତୀ ଦୀର୍ଘ ୪ ଘଣ୍ଟା ହେବ ମୁଣ୍ଡଳି ବ୍ରିଜ୍ ତଳେ ଫସି ରହିଛି । ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି କୌଣସି ସଫଳତା ମିଳିପାରି ନାହିଁ ।

ଅନ୍ୟପଟେ ମୁଣ୍ଡଳି ଅଭିମୁଖେ ବାହାରିଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ । ‘ଅପରେସନ୍ ଗଜ ଉଦ୍ଧାର’ ପାଇଁ ଚନ୍ଦକାରୁ ଆସୁଛନ୍ତି ୧୦ ଜଣିଆ ବିଶେଷଜ୍ଞ ଟିମ୍ । ବଡ଼ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯିବା ନେଇ ଯୋଜନା ଚାଲିଛି । ଏହି ମାମଲାରେ ବନ୍ୟ ପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ସରକାରୀ ସ୍ତରରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଦରକାର । ବିଳମ୍ବ ହେଲେ ହାତୀର ଜୀବନ ପ୍ରତି ବିପଦ ରହିଛି ।’

Get real time updates directly on you device, subscribe now.