ନୂଆଦିଲ୍ଲୀ: ଅପରେଶନ ସିନ୍ଦୂରକୁ ନେଇ ୩ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏୟାର ମାର୍ଶଲ ଏକେ ଭାରତୀଙ୍କ ସୂଚନା; ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ।
ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ପାକ୍ ପ୍ରତିବାଦ୍ କରିବାରୁ ଜବାବ୍ ଜରୁରୀ ଥିଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ପାକର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଛି ସେନା ।
ପାକିସ୍ତାନକୁ ମୁହଁତୋଡ୍ ଜବାବ୍ ଦେଇଛି ପାକିସ୍ତାନ । ଜୀନର ମିଶାଇଲକୁ ଆକାଶରେ ନଷ୍ଟ କରିଛି ଭାରତୀୟ ସେନା ।ପାକିସ୍ତାନ ପିଏଲ୍-୧୫କୁ ମାରି ଖସାଇଦେଲୁ । ଚୀନର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନଷ୍ଟ କରାଗଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଅଛନ୍ତି ।
ଭାରତୀୟ ଏୟାର ଡିଫେନ୍ଓ ପ୍ରାଚୀର ଭଳି ଛିଡ଼ା ହୋଇଥିଲା । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଥିଲା । ପରାକ୍ରମର ପ୍ରମାଣ ଦେଲା ସେନା । ପାରକିସ୍ତାନର ଆକ୍ରମଣକୁ ପଣ୍ଡ କଲା ଭାରତ । ମେ ୯ ଓ ୧୦ର ଆକ୍ରମଣକୁ ପଣ୍ଡ କଲା ସେନା ।
ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନେଲୁ ।ପାକ୍ ଏୟାରବେସ୍ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତରୁ ସମସ୍ତ ଏୟାରବେସ୍ ସୁରକ୍ଷିତ କହିଲେ ଡିଜିଏମଓ ।
ଭାରତ ସୀମାଟପିପାରିଲାନି ପାକ ବିମାନ । ଭବିଷ୍ୟତ ମିଶନ ପାଇଁ ଆମେ ପ୍ରସ୍ତୁତ ।