fbpx

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ବିରୋଧୀ ଉଠାଇବେ ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ବିରୋଧୀ କଲେଜରେ ରାଗିଂ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛନ୍ତି ।

ବିଧାନସଭାରେ ରୁଚିକା ପ୍ରସଙ୍ଗ ଉଠାଇବ ବିଜେପି । ରବିବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ନଥିବା କାରଣରୁ ଏବଂ ପୋଲିସ ପ୍ରଶାସନର ଉଦାସୀନତା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି କହିଛନ୍ତି ମୋହନ ମାଝୀ । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଘେରିବଦଳ । ସେ ଆହୁରି କହିଛନ୍ତି ବିଭିନ୍ନ କଲେଜରେ ରାଗିଂ ହେଉଛି କିନ୍ତୁ ସରକାର ପଦକ୍ଷେପ ନେଉନାହାଁନ୍ତି । ସରକାର ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବା ସହ, ଘଟଣାର ଅନୁସନ୍ଧାନ କରି ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ କଡ଼ା ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବିଜେବି କଲେଜର କାରୁବାକୀ ହଷ୍ଟେଲର ୨୦୧ ନମ୍ବର ରୁମରୁ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରୁଚିକା ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଇତିହାସ ସ୍ନାତକ ଶ୍ରେଣୀର ଛାତ୍ରୀ । ତାଙ୍କ ରୁମ୍ ରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଥିଲା । ଏଥିରେ ତାଙ୍କର ମୃତ୍ୟୁ ପାଇଁ ୩ ସିନିୟର ଦାୟୀ ବୋଲି ଉଲ୍ଲେଖ ରହିଥିଲା । ତେବେ ଏହି ୩ ସିନିୟର କିଏ, ତାହା ଲେଖାନଥିଲା । ସେପଟେ ମୃତ ଛାତ୍ରୀଙ୍କ ବାପା ସେହି ୩ ଛାତ୍ରୀଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି ସେପଟେ ଘଟଣାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାର କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ୩ ଜଣିଆ ଟିମ୍ ଗଠନ କରାଯାଇଛିି ତଦନ୍ତ ଚାଲିଛି  । ହଷ୍ଟେଲର ସମସ୍ତ ଛାତ୍ରୀ ପଚରାଉଚରା କରାଯାଉଛି, ହଷ୍ଟେଲର ୱାର୍ଡେନ ଏବଂ ତଦନ୍ତ ପରିସରଭୁକ୍ତ କରାଯିବ ।

Get real time updates directly on you device, subscribe now.