fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ, PSO ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର:ପିଏସଓ ଫେରାଇଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର ପିଏସଓ ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣାରେ ଜୟନାରାୟଣ ମିଶ୍ର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଗୁଳିମାଡ ଘଟଣାରେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛନ୍ତି ।

ତେବେ ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଓଡିଶା ପୋଲିସର କାର୍ଯ୍ୟରତ ପୋଲିସ ଅଧିକାରୀ ଅପରାଧ ମାମଲାରେ ଲିପ୍ତ ହେଉଛନ୍ତି । ତେବେ ତାଙ୍କ ଉପରେ କିପରି ଭରଷା କରିହେବ । ମୋର ପିଏସଓ ଆବଶ୍ୟକ ନାହାନ୍ତି ।

ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ମାମଲାରେ ମଧ୍ୟ ବିରୋଧୀ ଦଳ ନେତା ତାଙ୍କ ପ୍ରତିକ୍ରିୟା ଦେଇଥିଲେ । କିଛି ଦିନ ତଳେ ସେ କହିଥିଲେ ଯେ ଗୋପାଳ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଆଉ ମନ୍ତ୍ରୀଙ୍କ ସହ ଯାହା ହୋଇଛି ତାହା ଏକ ପ୍ରି ପ୍ଲାନ ମର୍ଡର । ତେବେ ଏହି ଘଟଣାର ତଦନ୍ତ ଚାଲଥିବା ବେଳେ କେବେ ଏହି ଘଟଣା ଉପରୁ ପରଦା ହଟୁଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.