fbpx

BBC ଡକ୍ୟୁମେଣ୍ଟାରୀ ବିବାଦର ଶୁଣାଣି: କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ଯାଞ୍ଚ କରିବେ ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ରରୁ ନିଷେଧାଦେଶ ସହ ଜଡିତ ସମ୍ପୂର୍ଣ୍ଣ ଅରିଜିନାଲ ରେକର୍ଡ ମାଗିଛନ୍ତି । ୩ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମଗାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ହେବ । ଏହା ପୂର୍ବରୁ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ ।

ତେବେ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଲାଗିଥିବା ବ୍ୟାନ୍ ବିରୋଧରେ ଆବେଦନ ହୋଇଥିଲା, ଯାହାର ଶୁଣାଣି କରି କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସାମ୍ବାଦିକ ଏନ ରାମ, ପ୍ରଶାନ୍ତ ଭୂଷଣ, ଟିଏମସି ସାଂସଦ ମହୁଆ ମିତ୍ରଙ୍କ ବ୍ୟତୀତ ଓକିଲ ଏମ.ଏଲ୍ ଶର୍ମା ଏହି ନିଷେଧାଦେଶକୁ ଦୁର୍ଭାବନାପୂର୍ଣ୍ଣ ଓ ଅସାମ୍ବିଧାନିକ ବୋଲି କହିଛନ୍ତି । ଡକ୍ୟୁମେଣ୍ଟାରୀରେ ଦିଆଯାଇଥିବା ପ୍ରମାଣ ଆଧାରରେ ଏସଆଇଟି ମାଧ୍ୟମରେ ତଦନ୍ତ କରି ଗୁଜରାଟ ଦଙ୍ଗାର ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଓକିଲ ଶର୍ମା ମଧ୍ୟ ଦାବି କରିଛନ୍ତି ।

ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ସମଗ୍ର ଦେଶରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ନିକଟରେ ଏହି ଡକ୍ୟୁମେଣ୍ଟାରୀକୁ ନେଇ ବ୍ରିଟେନ ସଂସଦର ସଦସ୍ୟ ବବ ବ୍ଲାକମ୍ୟାନ୍ ଏକ ବଡ଼ ବୟାନ ଦେଇଛନ୍ତି । ବବ ବ୍ଲାକମ୍ୟାନ୍ ବିବିସି ଡକ୍ୟୁମେଣ୍ଟାରୀକୁ ନିନ୍ଦା କରି ଏହାକୁ ‘ଅପମାନଜନକ’ ବୋଲି କହିବା ସହ ଏହାକୁ ‘ଧର୍ମନିରପେକ୍ଷତା’ ବୋଲି କହିଛନ୍ତି । ସେ ଖୋଲାଖୋଲି ଭାବେ କହିଛନ୍ତି ଯେ, ଡକ୍ୟୁମେଣ୍ଟାରୀରେ ଗୋଧରା ଟ୍ରେନ୍ ହତ୍ୟାକାଣ୍ଡରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଏବଂ ଦଙ୍ଗା ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ଅଣଦେଖା କରାଯାଇଛି ।

ବବ୍ ବ୍ଲାକମ୍ୟାନ୍ କହିଛନ୍ତି, “ବିବିସିର ଡକ୍ୟୁମେଣ୍ଟାରୀ ‘India: The Modi Question’ର ଉଲ୍ଲେଖ କେବଳ ନରେନ୍ଦ୍ର ମୋଦୀଙ୍କ ଉପରେ କେବଳ ଘୃଣ୍ୟ କାର୍ଯ୍ୟ ବୋଲି ବର୍ଣ୍ଣନା କରାଯାଇପାରିବ । ଏହାକୁ ଦେଖିବା ପୂର୍ବରୁ ନିଜକୁ ଶାନ୍ତ କରିବା ପାଇଁ କିଛି ବଟିକା ନିଅନ୍ତୁ । ୨୦୦୨ ରେ ଗୁଜୁରାଟରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା, କିନ୍ତୁ ଏହି ତଥ୍ୟକୁ ଅଣଦେଖା କରାଗଲା କି ଗାଡ଼ି ଉପରେ ପେଟ୍ରୋଲ ଢ଼ଳାଯାଇଥିଲା ଓ ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା ।”

Get real time updates directly on you device, subscribe now.