fbpx
BJD SKY
BJD SKY

ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ଓପିଏସସି, ଜାଣନ୍ତୁ କେବେ

BJD

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ୨୦୨୧ ପାଇଁ ପ୍ରଥମ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଅକ୍ଟୋବର ୧୬, ୨୦୨୨ ରେ ଅନୁଷ୍ଠିତ ହେବ। ଓପିଏସ୍‌ସି ପକ୍ଷରୁ ଏହାର ଅଫିସିଆଲ ୱେବସାଇଟ୍‌ରେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ମଧ୍ୟ ଗୁରୁବାର ଏକ ଟ୍ୱିଟରରେ ଏହା ବିଷୟରେ ସୂଚନା ଦେଇଛନ୍ତି।

ଟୁଇଟ କରି ଓପିଏସସି ଅଧ୍ୟକ୍ଷ ଲେଖିଛନ୍ତି, “ଆପଣମାନଙ୍କ ମଧ୍ୟରୁ ଅନେକ ୨୦୨୧ ପ୍ରିଲିମିନାରୀ ତାରିଖ ବିଷୟରେ ପଚାରୁଥିଲେ। ତେବେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ” ଏହା ସହିତ ସେ ଓପିଏସ୍‌ସି ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିକୁ ମଧ୍ୟ ପୋଷ୍ଟ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଆୟୋଗ (ଓପିଏସସି) ଓସିଏସ୍ ଅକ୍ଟୋବର ୧୬ରେ ପ୍ରିଲିମିନାରୀ ପରୀକ୍ଷା, ୨୦୨୧ କରିବାକୁ ନିଷ୍ପତ୍ତି ନେଇଛି । ତେବେ ପରୀକ୍ଷର କାର୍ଯ୍ୟକ୍ରମ ବିବରଣୀ ବିଷୟରେ ପରେ ସୂଚିତ କରାଯିବ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ ଆୟୋଗର ୱେବସାଇଟ୍  https://www.opsc.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଆୟୋଗ ଅନୁଯାୟୀ ଏହି ପରୀକ୍ଷା ଦେବାକୁ ପ୍ରାୟ ୨ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୭ ହଜାର ୩୯ ଜଣ ଆଶାୟୀଙ୍କ ଆବେଦନକୁ ବିଭିନ୍ନ ତ୍ରୁଟି ଥିବା ଦର୍ଶାଇ ନାକଚ କରିଦିଆଯାଇଥିଲା। ବ୍ୟକ୍ତିଗତ ବିବରଣୀ ନ ଦେବା, ଠିକଣା ବିବରଣୀ ନ ଦେବା, ଫିଜିକାଲ ମେଜରମେଣ୍ଟ ଓ ଶିକ୍ଷାଗତ ଯୋଗ୍ୟତା ବିବରଣୀ ନ ଥିବା, ଅନ୍ୟ ପ୍ରମାଣପତ୍ରର ଫଟୋକପି ଅନ୍‌ଲାଇନରେ ଅପ୍‌ଲୋଡ ହୋଇ ନ ଥିବା ଆଦି ବିଭିନ୍ନ କାରଣରୁ ଅନେକ ଆଶାୟୀଙ୍କ ଦରଖାସ୍ତ ନାକଚ ହୋଇଥିଲା। ସୂଚନା ଥାଉକି, ଓସିଏସ୍ ପାଇଁ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ଭଳି ୩ଟି ସ୍ତରରେ ପରୀକ୍ଷା କରାଯାଇଥାଏ।

Get real time updates directly on you device, subscribe now.