fbpx

(Video) ବାବୁସାନଙ୍କ ବଡ଼ ବୟାନ: କହିଲେ- ‘ପୋଲିସ ଡାକିଲେ ମୁଁ ଯିବି, ମୋ ପୁଅ ମୋ ପାଖକୁ ଆସିବ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର) ଷ୍ଟାର ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଣିଥରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଚେନ୍ନାଇରୁ ଭୁବନେଶ୍ୱର ଫେରି ସେ ନିଜ ବାପା ମାଆଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପୋଲିସ ଡକାଇଲେ ଥାନାକୁ ଯିବି । ପଚରାଉଚରା ପରେ ଗଣମାଧ୍ୟମକୁ ସୂଚନା ଦେବି ।’ ବାବୁସାନଙ୍କ ଘର ଆଗରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ ନିଜେ ଆସି କହିଛନ୍ତି ଯେ, ‘ପୋଲିସ ପଚରାଉଚରା ପରେ ମୁଁ ଆପଣଙ୍କୁ ସବୁ କହିବି ।’

ଖୁବ ଶୀଘ୍ର ମିଡିଆ ସାମନାକୁ ଆସି ସବୁ ସତକଥା କହିବେ ବୋଲି ବାବୁ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ମଧ୍ୟ ଯେତେବେଳେ ଡାକିବ ଯିବା ପାଇଁ ବାବୁସାନ ପ୍ରସ୍ତୁତ ଥିବା ମିଡିଆକୁ କହିଛନ୍ତି । ତେବେ ପୋଲିସର ପଚରାଉଛରା ପରେ ଗଣମାଧ୍ୟମକୁ ସମସ୍ତ ଘଟଣା କହିବେ ବାବୁ । ଏବେ ପରିବାର ସହ ଶାନ୍ତିରେ ରହିଛି, କେବେ ଚାପରେ ନଥାଏ ବୋଲି ବାବୁସାନ ମିଡିଆ ସାମନାରେ ପ୍ରକାଶ କରିଛନ୍ତି ।

ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ଦୁଇ ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ଏହା ସହ ଓଲିଉଡରେ ନିଶା ଦ୍ରବ୍ୟ ବ୍ୟବହାର ନେଇ ଥାନାରେ ଏତଲା ଦେଇଛି କଳିଙ୍ଗ ସେନା ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁ-ପ୍ରକୃତି ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଛି । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Get real time updates directly on you device, subscribe now.