fbpx

“୬ ବର୍ଷର ସମ୍ପର୍କରେ ଭଟ୍ଟା’, ଅଲଗା ହେଲେ ବଲିଉଡର ଚର୍ଚ୍ଚିତ ଯୋଡ଼ି ଟାଇଗର ଶ୍ରଫ ଏବଂ ଦିଶା ପଟାନି

ମୁମ୍ବାଇ: ଜ୍ୟାକି ସ୍ରଫ୍‌ଙ୍କ ସୁ ପୁତ୍ର ଟାଇଗର ଶ୍ରଫ ଏବଂ ଦିଶା ପଟାନି ବଲିଉଡର ଲୋକପ୍ରିୟ ଅଭିନେତା । ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି । ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ ସ୍ୱୀକାର କରି ନାହାନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସ ଜାଣନ୍ତି କି ଦୁହେଁ ଦୁହିଁଙ୍କୁ ଡେଟ୍‌ ମଧ୍ୟ କରୁଛନ୍ତି । କାହିଁକି ନା ପ୍ରାୟତଃ ସମୟ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ । ହେଲେ ଏବେ ଆଉ ଦେଖିବାକୁ ମିଳିବ ନାହିଁ । ଏବେ ଦିଶା ଏବଂ ଟାଇଗରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗର ସେମାନଙ୍କ ୬ ବର୍ଷ ସମ୍ପର୍କରେ ଡୋରି ବାନ୍ଧିଛନ୍ତି । ପ୍ରଶ୍ନ ଉଠିଛି କି ଦୁହିଁଙ୍କ ମଧ୍ୟରେ ଏପରି କ’ଣ ହେଲା । ଯେଉଁଥିପାଇଁ ଦୁହେଁ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି ନେଲେ । ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଶୁଣିବାକୁ ମିଳିଛି କି ଗତ ଏକ ବର୍ଷ ଧରି ସେମାନଙ୍କ ସମ୍ପର୍କରେ ଉତ୍ଥାନ- ପତନ ଘଟିଥିଲା । ଯାହା ଧୀରେ ଧୀରେ ବଢିବାରେ ଲାଗିଲା । ହିନ୍ଦୁସ୍ତାନ ଟାଇମ୍ସ ସହ ବାର୍ତ୍ତାଳାପ ବେଳେ ଟାଇଗରର ଜଣେ ବନ୍ଧୁ ଏହି କପଲଙ୍କ ବ୍ରେକଅପ୍‌ ଖବରକୁ ସତ ବୋଲି କହିଛନ୍ତି । ହେଲେ ଅଲଗା ହେବାର ପ୍ରକୃତ କାରଣ ଜଣାପଡିନାହିଁ । କିନ୍ତୁ ବର୍ତ୍ତମାନ ଦୁହେଁ ଆଉ କପଲ୍‌ ଭାବରେ ଏକାଠି ନାହାଁନ୍ତି । ଉଭୟ ଏକାକୀ ଜୀବନ ବିତାଉଛନ୍ତି ।

Get real time updates directly on you device, subscribe now.