fbpx

୭୨୭୬ ଡାକ୍ତର ପଦବୀ ପାଇଁ ଓପିଏସସିର ବିଜ୍ଞପ୍ତି : ତୁରନ୍ତ କରନ୍ତୁ ଆବେଦନ

କଟକ : ରାଜ୍ୟରେ ମୋଟ ୭୨୭୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଆବେଦନପତ୍ର ଆହ୍ୱାନ କରାଯାଇଛି । ଚଳିତ ମାସ ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୧୮ ତାରିଖରେ ଶେଷ ହେବ । ଆନଲାଇନରେ ପରୀକ୍ଷାର୍ଥୀମାନେ ଆବେଦନ କରି ପାରିବେ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।

ମୋଟ ୭୨୭୬ ଡାକ୍ତର ପଦବୀ ମଧ୍ୟରୁ ୨ ହଜାର ୪୨୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ଅସଂରକ୍ଷିତ ବର୍ଗ ପାଇଁ ୨୫୦୦ଟି ପଦବୀ ଥିବା ବେଳେ ଏଥିମଧ୍ୟରୁ ମହିଳାଙ୍କ ପାଇଁ ୮୩୩ଟି ପଦବୀ ରହିଛି । ସେହିପରି ଏସଇବିସି ବର୍ଗ ପାଇଂ ୭୨୪ ପଦବୀ ଥିବା ବେଳେ ଏଥିମଧ୍ୟରୁ ମହିଳାଙ୍କ ପାଇଁ ୨୩୮ଟି ପଦବୀ ରହିଛି । ଅନୁସୂଚିତ ଜାତି ପାଇଁ ୨୪୬୫ଟି ପଦବୀ ଥିବା ବେଳେ ଏଥିମଧ୍ୟରୁ ୮୨୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ମୋଟ ୭୨୭୬ଟି ପଦବୀ ମଧ୍ୟରୁ କ୍ରୀଡ଼ାବିତଙ୍କ ପାଇଁ ୭୩ଟି ପଦବୀ ଥିବା ବେଳେ ଏଥିମଧ୍ୟରୁ ୨୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ ପଦବୀ ମଧ୍ୟରୁ ଦିବ୍ୟାଙ୍ଗଙ୍କ ପାଇଁ ୨୯୧ଟି ଥିବା ବେଳେ ଏଥିମଧ୍ୟରୁ ୯୭ଟି ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.