fbpx

ଓଡ଼ିଶା ଲୋକସଭା ଆୟୋଗ ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି: ପୂରଣ ହେବ ଅନେକ ପଦ

ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି ହୋଇଛି ଏକ ନିଯୁକ୍ତି ବିଜ୍ଞପ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କୁ ଗ୍ରୁପ-ବି ସେବାର କ୍ଲାସ-୨ରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୩୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୧ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୟୁଆରଙ୍କ ପାଇଁ ୨୬ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୧ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୬ଟି ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ୯,୩୦୦-୩୪,୮୦୦ ପେ’ ସ୍କେଲରେ ‘୪୬୦୦/- (ପିବି-୨) ଗ୍ରେଡ୍ ପେ’ରେ ବେତନ ମିଳିବ ।

ଏଥିପାଇଁ ନଭେମ୍ବର ମାସ ୧୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୫ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ହର୍ଟିକଲଚର / ଏଗ୍ରିକଲଚରରେ ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.