fbpx

କଲିଜା ଥରାଇ ଦେବ ନ୍ୟୁ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ; ଭୟଙ୍କର ଭୂକମ୍ପରେ ଧ୍ୱଂସ ହୋଇଯିବ ବିଶ୍ୱର ଏହିସବୁ ଦେଶ

ନୂଆଦିଲ୍ଲୀ: କ’ଣ ଆପଣ ଭବିଷ୍ୟତ ବାଣୀରେ ବିଶ୍ୱାସ କରନ୍ତି? ଯଦି ହଁ ତେବେ ଏହି ଖବର ପଢିବା ପରେ ଆପଣଙ୍କ ମନ ଭୟରେ ଭରିଯିବ । ଜଣେ ଭବିଷ୍ୟକର୍ତ୍ତା ଭବିଷ୍ୟବାଣୀ କରିଛନ୍ତି କି ଆଗାମୀ ବର୍ଷ ବିଶ୍ୱ ଦେଖିବ ସବୁଠାରୁ ଭୟଙ୍କର ଭୂକମ୍ପ । ଏହି ଭୂକମ୍ପର ଝଟକା ଏତେ ଅଧିକ ରହିବ ଯେ, ଏଥିରେ ବିଶ୍ୱର ବହୁ ଦେଶ ଧ୍ୱଂସ ପାଇଯିବ । ବିଶେଷକରି ବିଶ୍ୱର ଧନୀ ଦେଶ ଏହି ଭୂକମ୍ପ ଦ୍ୱାରା ଅଧିକ ପ୍ରଭାବିତ ହେବେ । ଏହି ଭବିଷ୍ୟକର୍ତ୍ତାଙ୍କ ଭବିଷ୍ୟବାଣୀ ଶୁଣି ଆପଣଙ୍କ କଲିଜା ଥରି ଉଠିବ । ୨୦୨୪ ବିଶ୍ୱ ପାଇଁ ବହୁତ ଭୟାନକ ସଂକଟ ଆଣି ଆସୁଛି ବୋଲି ସେ କହିଛନ୍ତି ।

କ୍ରେଗ୍ ହାମିଲଟନ୍ ପାର୍କର ନାମକ ଏହି ଭବିଷ୍ୟକର୍ତ୍ତାଙ୍କୁ ଅନ୍ୟ ଜଣେ ନୋଷ୍ଟ୍ରାଡାମସ୍ ବୋଲି କୁହାଯାଏ । ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ନିଜ ଭବିଷ୍ୟବାଣୀ ବିଷୟରେ ଲୋକଙ୍କୁ କହିଥିଲେ । ଏହି ଚ୍ୟାନଲରେ କଫି ଉଇଥ୍ କ୍ରେଗ୍‌ର ଏକ ନୂଆ ଏପିସୋଡ୍‌ରେ ସେ ବିଶ୍ୱବାସୀଙ୍କୁ କହିଛନ୍ତି ଆଗାମୀ ବର୍ଷ ବିଶ୍ୱ ପାଇଁ କ’ଣ କ’ଣ ବିପଦ ରହିଛି । ଏହି ଏପିସୋଡ୍‌ରେ ସେ ଆମେରିକାରେ ଉଠିବାକୁ ଯାଉଥିବା ରାଜନୈତିକ ଝଡ ବିଷୟରେ ସୂଚନା ଦେବା ସହିତ ଆମେରିକା ଏହାର ଶକ୍ତି ହରାଇବ ବୋଲି କହିଛନ୍ତି ।

କ୍ରେଗ୍ କହିଛନ୍ତି ୨୦୨୪ରେ ବିଶ୍ୱକୁ ବହୁ ଶକ୍ତିଶାଳୀ ଭୂକମ୍ପର ସାମ୍ନା କରିବାକୁ ପଡିବ । ଏହାଦ୍ୱାରା ବିଶ୍ୱର ପଶ୍ଚିମ ଉପକୂଳ ଅଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ । ସେ କହିଛନ୍ତି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବହୁ ସମୟରେ ବଡ ବଡ ଭୂକମ୍ପର ସାମ୍ନା କରିଥିଲେ ବି ଏଥରର ଭୂକମ୍ପରୁ ରକ୍ଷା ପାଇବା ତା’ ପାଇଁ କଷ୍ଟସାଧ୍ୟ ହୋଇଯିବ । ଏବେ ଦେଖିବାକୁ ବାକି ରହିଲା କ୍ରେଗଙ୍କ ଏହି ଭବିଷ୍ୟବାଣୀ କେତେ ସତ ସାବ୍ୟସ୍ତ ହେଉଛି ।

Get real time updates directly on you device, subscribe now.