fbpx

ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ଓପିଏସସିର ଡିଜିଟାଲାଇଜେସନ ପଦ୍ଧତି

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ତରଫରୁ ଏକ ନୂଆ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଖୁବଶୀଘ୍ର ଓପିଏସସି ଡିଜିଟାଲାଇଜେସନ ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯାଉଛି । ଏନେଇ ଓପିଏସସିର ଚେୟାରମ୍ୟାନ ଲକ୍ଷ୍ମୀ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଓପିଏସସି ଏହି ଡିଜିଟାଲାଇଜେସନ ବ୍ୟବସ୍ଥା ପ୍ରଚଳନ ଆରମ୍ଭ କରିବାକୁ ଯାଉଛି । ପରୀକ୍ଷା କେନ୍ଦ୍ରରେ ଅନଲାଇନ ଅଡିଟ୍ ବ୍ୟବସ୍ଥା କରାଯାଉଛି । ପରୀକ୍ଷା କେନ୍ଦ୍ରରେ ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ଆଇ ଡିଟେକସନର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହି ଡିଜିଟାଲାଇଜେସନ ପାଇଁ ଏନଆଇସି ସହ ବୁଝାମଣା ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.