fbpx

ନାଁଲେଖା ବେଳେ ଜରୁରୀ ନୁହେଁ ଅରିଜିନାଲ ସାର୍ଟିଫିକେଟ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ରାଜ୍ୟର ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାଯାଇଛି । କରୋନା ପାଇଁ ଅରିଜିନାଲ ପ୍ରମାଣପତ୍ର ଦେବାରେ ବିଳମ୍ବ ହେଉଛି । ଅରିଜିନାଲ ପ୍ରମାଣପତ୍ର ଆଳରେ ନାମଲେଖାରୁ ବଞ୍ଚିତ ନକରିବାକୁ ଚିଠି ଲେଖାଯାଇଛି । ନାମଲେଖା ବେଳେ ଚଳିବ ଡାଉନଲୋଡ ହୋଇଥିବା ମାର୍କସିଟ୍ ଚଳିବ । ଅରିଜିନାଲ ଜାତି ଓ ଭିନ୍ନକ୍ଷମ ପ୍ରମାଣପତ୍ର ନଦେଲେ ବି ନାଁଲେଖା ହେବ । ଅରିଜିନାଲ ମାଇଗ୍ରେସନ ସାର୍ଟିଫିକେଟ ପାଇଁ ବି ବାଧ୍ୟ କରାଯିବ ନାହିଁ । ୧୨ ଦିନରେ ଅରିଜିନାଲ ଦେବାକୁ ଛାତ୍ରଙ୍କୁ ଘୋଷଣାପତ୍ର ଦେବାକୁ ହେବ । ଦ୍ୱିତୀୟ ପର୍ଯ୍ୟାୟ ନାଁଲେଖା ପାଇଁ ଅରିଜିନାଲ ଦେବାକୁ ୫ ଦିନ ମିଳିବ । ଛାତ୍ରଙ୍କ ପାଇଁ ଅଭିଭାବକ ବା ଅଧିକୃତ ବ୍ୟକ୍ତି ଘୋଷଣାପତ୍ର ଦେଇପାରିବେ ।

Get real time updates directly on you device, subscribe now.