ହାଇକୋର୍ଟଙ୍କ ନିର୍ଦ୍ଦେଶ ଶୀଘ୍ର ସଜାଡ଼ ପାଇଖାନା

ସବୁ ଜେଲ୍ ପାଇଖାନାକୁ ୧୦ ଦିନ ମଧ୍ୟରେ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ଜେଲରେ ପାଇଖାନାକୁ ସୁବ୍ୟବସ୍ଥିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୩୦ ତାରିଖ ସୁଦ୍ଧା ଏନେଇ ଜିଲ୍ଲା ଆଇନ୍ ସେବା ଅଧିକାରୀ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଇନ୍ ସେବା ଅଧିକାରୀ ଜେଲ ପରିଦର୍ଶନ କରି ପାଇଖାନାର ସ୍ୱଚ୍ଛତା ବିଷୟରେ ସବିଶେଷ ସୂଚନା କୋର୍ଟଙ୍କୁ ଦେବେ । ଏଥି ସହିତ ଅନ୍ତେବାସୀଙ୍କ ଖାଦ୍ୟର ମାନ ଏବଂ ପରିମାଣକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏବଂ ଜେଲରେ କଏଦୀମାନଙ୍କୁ ଉକୃଷ୍ଟ ମାନର ଖାଇବା ମିଳିଛି କି ନାହିଁ ଉଚ୍ଚସ୍ତରୀୟ କମିଟି ନିଶ୍ଚିତ କରିବେ । ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଜେଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ପରିମଳ ଏବଂ ରୋଷେଇ ବ୍ୟବସ୍ଥଅକୁ ଆଉଟସୋର୍ସିଂ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।