fbpx

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ ଦୁର୍ଭାଗ୍ୟଜନକ, ବିବୃତି ଜାରି କଲେ ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସହିତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବୈଠକର ଫଟୋ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ରାଜ୍ୟଯାକ ଚର୍ଚ୍ଚା ଲାଗି ରହିଛି। ତେବେ ଏହାକୁ ନେଇ ହାଇକୋର୍ଟ ପକ୍ଷରୁ ଏକ ବିବୃତି ଜାରୀ କରାଯାଇଛି। ମୁଖ୍ୟବିଚାରପତୀଙ୍କୁ ବଦନାମ କରିବା ପାଇଁ ହୀନ ଚକ୍ରାନ୍ତ ହେଉଥିବା ମଧ୍ୟ କୁହାଯାଇଛି। ଶ୍ରୀନିବାସ ମହାନ୍ତି ନାମକ ଓକିଲ ଏହି ବୈଠକର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏହି ଫଟୋ ପୋଷ୍ଟ କରି ଶ୍ରୀନିବାସ ଏହାର କ୍ୟାପସନ୍‌ରେ ଲେଖିଥିଲେ, ‘ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଡ. ଏସ ମୁରଲୀଧର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଆଇଏଏସ୍‌ଙ୍କ ସହ ଏକ ବନ୍ଦ କୋଠରୀ ବୈଠକରେ ଯୋଗ ଦେଇଛନ୍ତି। ସରକାରୀ ଯାହା ପ୍ରୋଟୋକଲର ଉଲ୍ଲଂଘନ ଅଟେ ବୋଲି ସେ ଲେଖିଥିଲେ।’ ଏହାପରେ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଏବଂ ସୋସିଆଲ ମିଡିଆରେ ଏହି ବାର୍ତ୍ତା ଭାଇରାଲ ହେବା ପରେ ହାଇକୋର୍ଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ଫଟୋ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି।

ଏଥିରେ କୁହାଯାଇଛି ଯେ, ଏହି ଫେଟୋ ୨୦୨୨ ମାର୍ଚ୍ଚ ୧୨ ତାରିଖରେ ଉଠାଯାଇ ଥିଲା। ଶ୍ରୀ ସତ୍ୟସାଇ ସେବା ସଂଗଠନରେ ଫଟୋ ନିଆଯାଇଥିଲା। ସେଦିନ ସତ୍ୟସାଇ ହାର୍ଟ ହସ୍ପିଟାଲ ପକ୍ଷରୁ ଏକ ୩ ଦିନିଆ ମେଗା ହାର୍ଟ କ୍ୟାମ୍ପ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ୍‌ଆର ଶାହ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟରର ଜଷ୍ଟିସ ଏସ ମୁରଲୀଧରଙ୍କୁ ସମ୍ମାନୀୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ମେଗା ହାର୍ଟ କ୍ୟାମ୍ପ ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଯେଉଁ ଫଟୋ ଭାଇରାଲ ହୋଇଛି ତାହା ଜଷ୍ଟିସ୍‌ ଏମଆର ଶାହଙ୍କୁ ଅପେକ୍ଷା କରି ବସିଥିବାର ଫଟୋ। ଏହା କୌଣସି ରୁଦ୍ଧଦ୍ୱାର ବୈଠକ ନଥିଲା। ସେ ଫଟେରେ ୪ ଜଣ ବସିଥିଲେ। ସତ୍ୟସାଇ ହାର୍ଟ ହସ୍ପିଟାଲ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ମନୋଜ ଭିମାନି ଉପସ୍ଥିତ ଥିଲେ। ଏହା ଏକ ଦାତବ୍ୟ ଅନୁଷ୍ଠାନର କାର୍ଯ୍ୟକ୍ରମ ଥିଲା। ଏହି ଅନୁଷ୍ଠାନ ଓଡ଼ିଶାର ହଜାର ହଜାର ଗରିବ ଶିଶୁଙ୍କୁ ମାଗଣାରେ ଚିକିତ୍ସା ଦେଇଥାଏ। ଏହ କୌଣସି ବ୍ୟକ୍ତିଗତ ବୈଠକ ନଥିଲା। ରେଜିଷ୍ଟ୍ରୀଙ୍କ ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ରିଲିଜ କରାଯାଇଛି। ସତ୍ୟାସତ୍ୟ ନପରଖି ଫେକ୍‌ ନିଉଜ ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରୀ।

Get real time updates directly on you device, subscribe now.