fbpx

ପର୍ଣ୍ଣ ଭିଡିଓ ସାଇଟରେ କୋଡ୍ ରଖି ନିଜର ସାଥୀମାନଙ୍କ ସହ କଥା ହେଉଥିଲା ଓସାମା ବିନ୍ ଲାଡେନ୍ !

ଅଲକାୟଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ ପର୍ଣ୍ଣ ଭିଡିଓ ସାଇଟରେ ଦିଆଯାଇଥିବା ଏକ ଖାସ୍ ମେସେଜ ସାହାର୍ଯ୍ୟରେ ନିଜ ସାଥୀ ଆତଙ୍କବାଦୀ ସହ ଯୋଗାଯୋଗ କରୁଥିଲା । ନ୍ୟାସନାଲ ଜିଓଗ୍ରାଫିକର ଏକ ନୂଆ ଡକ୍ୟୁମେଣ୍ଟ୍ରୀ ଶୋ’ରେ ଲାଡେନ ପାଖରୁ ମିଳିଥିବା ଡିଜିଟାଲ ଓ ଲିଖିତ ସାମଗ୍ରୀ ଏହାକୁ ବିଶ୍ଲେଷଣ କରିଛି । ଆମେରିକାର ନୌସୋନ ଦ୍ୱାରା ଲାଡେନର ଘର ସିଲ ହେବାରୁ ଏହି ସାମଗ୍ରୀ ଉଦ୍ଧାର ହୋଇଛି । ଏହି ଡକ୍ୟୁମେଣ୍ଟ୍ରୀର ନାମ ହେଉଛି ବିନ୍ ଲାଡେନ ହାର୍ଡ ଡ୍ରାଇଭ୍ ।

ତେବେ ଲାଡେନ୍ ଇମେଲ ବ୍ୟବହାର କରିବାକୁ ଡରୁଥିଲା । କୋରିଅର ସାହାର୍ଯ୍ୟରେ ସେ ବାହାର ଦୁନିଆ ସହ ଯୋଗାଯୋଗ କରୁଥିଲା । ୨୦୧୧ରେ ପାକିସ୍ତାନରେ ଓସାମା ବିନ ଲାଡେନକୁ ହତ୍ୟା କରାଯାଇଥିଲା । ଏହି ଶୋ’ ପରେ କୁହାଯାଉଛି ଯେ, ବୋଧହୁଏ ସେ ପର୍ଣ୍ଣ ଚଳଚ୍ଚିତ୍ରରେ ସ୍ୱତନ୍ତ୍ର କୋଡ୍ ଦ୍ୱାରା ସାଥୀମାନଙ୍କ ସହ ଯୋଗାଯୋଗ କରୁଥିଲେ ।

Get real time updates directly on you device, subscribe now.