fbpx
BJD SKY
BJD SKY

OSEPA ଜାରି କଲା ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ: କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ବିଶେଷ ସୂଚନା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ ୧୩ରୁ ଅକ୍ଟୋବର ମାସ ୧୦ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ସମାପ୍ତ ନେଇ ଲକ୍ଷ୍ୟ ରଖାଯାଇଛି ।

ତେବେ ଆସନ୍ତା ମାସ ୩ ତାରିଖରୁ କନିଷ୍ଠ ଶିକ୍ଷକ ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଓସେପା ପକ୍ଷରୁ ଏକ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ବିଶେଷ ସୂଚନା ଜାରି କରାଯାଇଛି । ଗତ ୨୩ ତାରିଖଠାରୁ ପ୍ରାର୍ଥୀଙ୍କ ପାଇଁ ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ଓସେପା ୱେବସାଇଟରେ ଉପଲବ୍ଧ ହେଉଛି । ଏହା ପୂର୍ବରୁ ମଧ୍ୟ ଓସେପା ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ।

ଓସେପା ସୂଚନା ମୁତାବକ, ଆଡମିଟ୍ କାର୍ଡରେ ଉଲ୍ଲେଖ ଥିବା ପରୀକ୍ଷାର ଦିନ, ସମୟ ଓ ପରୀକ୍ଷା କେନ୍ଦ୍ରର ନାମକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ଫଳରେ ପ୍ରାର୍ଥୀମାନେ ଯଥା ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ । ଇ-ଆଡମିଟ କାର୍ଡ ଓ ପରୀକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପଇଁ ଓସେପା ଅଫିସ କାର୍ଯ୍ୟାଳୟ ପରିସରରେ ଏକ ହେଲପ୍ ଡେସ୍କ ଖୋଲାଯାଇଛି, ଯାହାକି ସକାଳ ୧୦ରୁ ଅପରାହ୍ଣ ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଛି । ଏଥିସହିତ ଆପଣମାନେ ୦୬୭୪-୨୩୯୦୩୬୬ରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.